ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ସଲମାନ ଖାନଙ୍କ ବିଲ୍ଡିଂ ଉପରେ ହୋଇଥିବା ଫାୟାରିଂ ପରେ ଅଭିନେତାଙ୍କ ପ୍ରତିକ୍ରିୟା , ପିତା ସଲିମ୍‌ ଖାନ କରୁଛନ୍ତି ଘର ବଦଳାଇବାର ପ୍ଲାନିଂ

ମୁମ୍ୱାଇ : ସଲମାନ ଖାନଙ୍କ ଘର ବାହାରେ ହୋଇଥିବା ଫାୟାରିଂ ପରେ ଖାନ ପରିବାରରେ ଭୟ ଖେଳି ଯାଇଛି। ମାମଲାର ଗୁରୁତରକୁ ଦେଖି ପୁଲିସ ଓ କ୍ରାଇମ୍‌ ବ୍ରାଞ୍ଚ ଆକ୍ସନ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଛି। କିନ୍ତୁ ଉକ୍ତ ଘଟଣା ସଲମାନଙ୍କ ସମେତ ତାଙ୍କ ପରିବାରରେ ଭୟ ସୃଷ୍ଟି କରିଛି। ନିକଟରେ ଖାନ ପରିବାରର ଜଣେ ନିକଟତର ଦେଇଥିବା ସାକ୍ଷାତକାରରେ ଅଭିନେତାଙ୍କ ରିଆକ୍ସନ ବିଷୟରେ କଥା ହୋଇଛନ୍ତି। ନିକଟତମ ବ୍ୟକ୍ତି କହିଛନ୍ତି , କେମିତି ଏହି ଘଟଣା ପରେ ମଧ୍ୟ  ଦବଙ୍ଗ ଖାନ ନିଜକୁ ଶାନ୍ତ ରଖିଛନ୍ତି । ହେଲେ ଅଭିନେତାଙ୍କୁ ନିଜ ପରିବାର ପାଇଁ ଚିନ୍ତା ଘାରିଛି।  

ଖାନ ପରିବାରର ନିକଟତମ ଲୋକେ ନିକଟରେ ଜୁମ୍‌କୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି କି, ଏହି ଘଟଣା ପରେ ସଲମାନ ଖାନକୁ ନିଜର ଜୀବନକୁ କୌଣସି ଡ଼ର ନାହିଁ। କିନ୍ତୁ ସେ ନିଜ ପରିବାରକୁ କୌଣସି ପ୍ରକାରରେ ବିପଦରେ ଦେଖି ପାରିବେ ନାହିଁ। ସେ ପରିବାରକୁ ନେଇ ଖୁବ୍‌ ଚିନ୍ତିତ। ପରିବାରର ନିକଟତମ ବ୍ୟକ୍ତି କହିଛନ୍ତି, ସଲିମ ଖାନ ନିଜ ଘରକୁ ଛାଡ଼ି ଆଉ କେଉଁଠି ଭଲ ସ୍ଥାନକୁ ସିଫ୍ଟ ହେବାକୁ ପରାମର୍ଶ ଦେଇଛନ୍ତି। ଉକ୍ତ ଘଟଣା ପରେ ଖାନ ପରିବାର ପରସ୍ପର ସହ ଶାନ୍ତି ଭାବେ ଠିଆ ହୋଇଛନ୍ତି। ପରିବାରର କେହି ବି ସଦସ୍ୟ ନିଜ ଚେହେରାରେ ଭୟ ପ୍ରଦର୍ଶନ କରୁ ନାହାନ୍ତି। କିନ୍ତୁ ଏହି ଘଟଣା ପରେ ଜଣେ ଜଣଙ୍କର ଭଲ ଚିନ୍ତା କରି ସମସ୍ତଙ୍କ ନିଦ ନିଶ୍ଚୟ ଉଡ଼ି ଯାଇଛି। ନିକଟତମ ଲୋକଙ୍କ ମୁତାବିକ, ଅଭିନତା ଓ ତାଙ୍କ ପରିବାର ବର୍ତ୍ତମାନ ଏହି ଘଟଣାରେ ଧ୍ୟାନ ନଦେଇ ନିଜର ପ୍ରତିଦିନର କାମରେ ଲାଗି ଯାଇଛନ୍ତି। 

ଉଲ୍ଲେଖନୀୟ ଯେ, ସଲମାନ ଖାନଙ୍କୁ ଗତ କିଛି ବର୍ଷରେ ଜୀବନରେ ମାରିବାର ଧମକ ମିଳି ସାରିଛି। କିନ୍ତୁ ଘର ବାହାରେ ଗୁଳି ଚାଲିବାର ଖବର ପ୍ରଶଂସକ, ପରିବାରକୁ ଚିନ୍ତାରେ ପକାଇ ଦେଇଛି। ଏଥିରେ ପୁଲିସ ଓ କ୍ରାଇମ୍‌ ବ୍ରାଞ୍ଚର ଅଧିକାରୀ ନିଜର ଯାଞ୍ଚରେ ଲାଗି ଯାଇଛନ୍ତି। ବିଲ୍ଡିଂ ଉପରକୁ ହୋଇଥିବା ଫାୟାରିଂର ଫୋରେନ୍ସିକ ଯାଞ୍ଚ ହେଉଛି। ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଛି। ଫାୟାରିଂ କରିଥିବା ବାଇକରଙ୍କୁ  ଖୁବ୍‌ ଶୀଘ୍ର ଧରାଯିବ ବୋଲ ପୁଲିସ ଆଶା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.