ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଟ୍ରକ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ

Published By : Prameya | January 12, 2025 6:13 PM

ସୁନ୍ଦରଗଡ଼ ୧୨।୧ : ତଳସରା ଥାନା ଅନ୍ତର୍ଗତ ତୁମୁଲିଆ  ପେଟ୍ରୋଲ ପମ୍ପ ନିକଟରେ  ଏକ ଟ୍ରକ୍ ରେ ହଠାତ୍ ନିଆଁ ଲାଗିଯାଇ ହୁତୁ ହୁତୁ ହୋଇ ଜଳିଯାଇଛି। ଉପସ୍ଥିତି ବୁଦ୍ଧି ଖଟାଇ ଟ୍ରକ ଚାଳକ ଗାଡ଼ି କୁ ଛିଡ଼ା କରି ଗାଡିରୁ ଡେଇଁ ନିଜ ଜୀବନ ବଞ୍ଚାଇଛନ୍ତି । 

ଗାଡ଼ିଟି ଛତିଶଗଡ଼ ପଟୁ ବାଲିସଙ୍କରା ଦେଇ ରାଉରକେଲା ଯାଉଥିଲା। ଗାଡିରେ ଥିବା କୋଇଲାରେ ହଠାତ ନିଆଁ ଲାଗି ଯାଇଥିଲା ।  ଟ୍ରକ ଡ୍ରାଇଭର ଗାଡିକୁ ଛିଡା କରି ଡେଇଁ ପଡିଥିଲେ। ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନଥିବା ବେଳେ, ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା   ଅନୁମାନ କରାଯାଉଛି ।  ଏହି ଘଟଣା ଯୋଗୁଁ କଛି ସମୟଧରି ରାସ୍ତା ଜାମ ହୋଇଥିବା ଦେଖିବାକୁ ମିଳିଥିଲା। ଅଗ୍ନିଶମ ବିଭାଗର ଚେଷ୍ଟାରେ ଏହା କେବଳ ଟ୍ରକ୍ ଇଞ୍ଜିନ ପର୍ଯ୍ୟନ୍ତ ସୀମିତ ରହିଛି। ନିଆଁ ଆୟତ ହେବା ପରେ ଯାତାୟାତ ସ୍ଵାଭାବିକ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.