ପ୍ରମୂଖ ଖବର
  • -ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ମ୍ୟୁନିସିପାଲିଟି ଡମ୍ପିଙ୍ଗୟାର୍ଡରେ ଅଗ୍ନିକାଣ୍ଡ

Published By : Prameya | May 14, 2025 4:02 PM

କେନ୍ଦ୍ରାପଡ଼ା,୧୪।୫  କେନ୍ଦ୍ରାପଡା ସହର ଉପକଣ୍ଠ ହଜାରି ବଗିଚାଠାରେ ଥିବା ମ୍ୟୁନିସିପାଲିଟି ଡମ୍ପିଙ୍ଗୟାର୍ଡରେ ଅଗ୍ନିକାଣ୍ଡ l  ଡମ୍ପିଙ୍ଗୟାର୍ଡରେ ଜମା ହୋଇ ରହିଥିବା ହଜାର ହଜାର ଟନ ଆବର୍ଜନାରେ ମଙ୍ଗବାର ରାତିରେ ନିଆଁ ଲାଗି ପୋଡିଯାଇଛି।

ଅନ୍ୟପକ୍ଷରେ ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା କାଳବୈଶାଖୀରେ ଏହି ନିଆଁ ଆଖାପାଖ ଅଞ୍ଚଳକୁ ବ୍ୟାପି ଯାଇଥିଲା l ଏଥିରେ ନିକଟରେ ଥିବା ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ରର ବହୁ ମୂଲ୍ୟବାନ ଯନ୍ତ୍ରପାତି ପୋଡି ଯାଇଥିବା ଅନୁମାନ କରାଯାଉଛି l ଅଗ୍ନିକାଣ୍ଡ ଫଳରେ ନିକଟରେ ଥିବା ଆଳିଜଙ୍ଗା ଗାଁ ଲୋକ ନିଆଁ ଧୂଆଁରେ ଅତିଷ୍ଠ ହୋଇ ଦମକଳ କେନ୍ଦ୍ରକୁ ଖବର୍ ଦେଇଥିଲେ l ବିଳମ୍ବିତ ରାତିରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ l ଏ ନେଇ ପୌର କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.