ବାରିପଦା,୨୨/୦୫: ମୟୂରଭଞ୍ଜ ଜିଲ୍ଳା ବାରିପଦାର ସ୍ଥାନୀୟ ଏମପିକେ ଗାର୍ଲସ ହାଇସ୍କୁଲ ନିକଟରେ ଭୟାବହ ଅଗ୍ନିକାଣ୍ଡ। ହୁତୁ ହୁତୁ ହୋଇ ଜଳିଲା ଇଲେକ୍ଟ୍ରିକ୍ ଦୋକାନ । ଧୂଆଁମୟ ହୋଇଗଲା ଅଞ୍ଚଳ। ଧୂଆଁ ଦେଖି ଦମକଳ କେନ୍ଦ୍ରକୁ ସୂଚନା ଦେଲେ ସ୍ଥାନୀୟଲୋକ। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ୩ଟି ଦମକଳ ଗାଡ଼ି ପାଇଁ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ପାଣି ଏବଂ ଫୋମ୍ ମିଶ୍ରଣରେ ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ। ଦୀର୍ଘ ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ଫାୟାର ଫାଇଟ ଟିମ୍ ସଫଳ ହୋଇଥିଲେ। ପ୍ରାୟ ୪୦ ଲକ୍ଷରୁ ଅଧିକ ମୂଲ୍ୟର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ଦୋକାନ ମାଲିକ ସୂଚନା ଦେଇଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ହୋଇଥିବା ବେଳେ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
ସୂଚନା ମୁତାବକ, ଗୁରୁବାର ସକାଳେ ବାରିପଦା ଏମପିକେ ଗାର୍ଲସ ହାଇସ୍କୁଲ ନିକଟରେ ଥିବା ଏକ ଇଲେକଟ୍ରିନିକ୍ସ ଦୋକାନରୁ କଳାଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକ। ଦେଖୁ ଦେଖୁ ହୁତୁ ହୁତୁ ଜଳିଯାଇଥିଲା ଦୋକାନା ଭିତରେ ଥିବା ଇଲେକଟ୍ରିନିକ୍ସ ସାମଗ୍ରୀ । ସେ ଅଞ୍ଚଳ କଳାଧୂଆଁମୟ ହୋଇଯାଇଥିଲା। ସ୍ଥାନୀୟ ଲୋକ ଦମକଳ କେନ୍ଦ୍ରକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଦମକଳ ବାହିନୀ ୩ ଗାଡ଼ି ଏବଂ ଫାୟାର ଫାଇଟ୍ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ଦୀର୍ଘ ସମୟ ଧରି ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ ଅଗ୍ନିଶମ କର୍ମଚାରୀ।