ମୟୂରଭଞ୍ଜ ୨୦।୫ : ଗାଁରେ ଅବାଧରେ ବିକ୍ରି ହେଉଛି ଦେଶୀ ମଦ। ଫଳରେ ଲୋକମାନେ ମଦ ନିଶାରେ ରହୁଛନ୍ତି। ଗାଁକୁ ମଦମୁକ୍ତ କରିବା ପାଇଁ ଏକାଠି ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ କୁସୁମୀ ବ୍ଲକ ଅନ୍ତର୍ଗତ ଜୟପୁର ଗ୍ରାମର ମହିଳାମାନେ। ଗାଁକୁ ନିଶାମୁକ୍ତ କରିବା ପାଇଁ ରାଇରଙ୍ଗପୁର ଉପଖଣ୍ଡ ର ଟାଉନ୍ ଥାନାର ଏସଡିପିଙ୍କୁ ଦାବି ଜଣାଇଛନ୍ତି।
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ କୁସୁମୀ ବ୍ଲକ ଅନ୍ତର୍ଗତ ଜୟପୁର ଗାଁ ରେ ମାଳ ମାଳ ଭାଟିରୁ ଦେଶୀ ଓ ବିଦେଶୀ ମଦ ତିଆରି ଚାଲିଛି। ଜୟପୁର ଗାଁ ର ସମସ୍ତ ଲୋକ ମଦ ନିଶାରେ ରହୁଛନ୍ତି। ମଦ ପିଇବାକୁ ଟଙ୍କା ନ ପାଇଲେ ଘରେ ଥିବା ଜିନିଷ ପତ୍ର ବିକ୍ରି କରି ମଦ ପିଉଛନ୍ତି। ଏସବୁ କୁ ବିରୋଧ କଲେ ମହିଳା ମାନଙ୍କ ସହ ମାର ପିଟ କରୁଛନ୍ତି। ସମସ୍ତ ଲୋକ ଙ୍କ ଘରେ ନୀତି ଦିନ କଳି ଝଗଡ଼ା ଲାଗି ରହୁଛି। ବାରମ୍ବାର ପୋଲିସ୍ ପ୍ରଶାସନ ଓ ଅବକାରୀ ଥାନା କୁ ଲିଖିତ ଅଭିଯୋଗ ଦେଲା ପରେ ମଧ୍ୟ ମହିଳାମାନଙ୍କ ଦୁଃଖ କେହି ବୁଝୁ ନଥିଲେ। ମଙ୍ଗଳବାର ଜୟପୁର ଗାଁର ସମସ୍ତ ମହିଳା ଆସି ରାଇରଙ୍ଗପୁର ଉପଖଣ୍ଡର ଟାଉନ୍ ଥାନାର ଏସଡିପିଓ ଗୋକୁଳା ନନ୍ଦ ସାହୁକୁ ଏକ ଲିଖିତ ଅଭିଯୋଗ କରିଛନ୍ତି।ଏହି ଅଭିଯୋଗ ରେ ମହିଳା ମାନେ ଜୟପୁର ଗାଁରେ ମଦ ବିକ୍ରୀ ବନ୍ଦ କରିବା ପାଇଁ କହିଛନ୍ତି।