ରାଇରଙ୍ଗପୁର, ୨୧/୦୫: ମୟୂରଭଞ୍ଜ ଜିଲ୍ଲାର ଝାଡ଼ଖଣ୍ଡ ରାଜ୍ୟ ସୀମାନ୍ତ ଗୋରୁମହିସାନି ଥାନା ଶୁଣ୍ଢଳ ଗାଁରେ ଚୋରି ବଳଦ ସହ ଏକ ଗାଡ଼ିକୁ ଗ୍ରାମବାସୀ ଅଟକ ରଖି ପୁଲିସକୁ ହସ୍ତାନ୍ତର କରିଛନ୍ତି । ହେଲେ ଘଟଣାସ୍ଥଳରୁ ଡ୍ରାଇଭର ଓ ସହଯୋଗୀ ଫେରାର୍ ହେବାରେ ସମର୍ଥ ହୋଇଛନ୍ତି । ଗାଡ଼ିରେ ଅମାନୁଷିକ ଭାବେ ବନ୍ଧା ହୋଇଥିବା ୨ଟି ବଳଦକୁ ଗାଁ ଲୋକେ ଉଦ୍ଧାର କରିଛନ୍ତି । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ସହ ବଦଳକୁ ଜବତ କରିଛି ।
ସୂଚନା ମୁତାବକ, ଗୋରୁମହିସାନି ଥାନା ଅଞ୍ଚଳରେ ଏକ ଗାଡ଼ିରେ ଦୁଇଟି ବଦଳ ଚୋରି ହେଉଥିଲା । ଶୁଣ୍ଢଳ ଗାଁ ମଝିରେ ଗ୍ରାମବାସୀ ଗାଡ଼ିକୁ ଅଟକାଇଥିଲେ । ମାତ୍ର ଡ୍ରାଇଭର ଓ ସହଯୋଗୀ ଘଟଣାସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲେ । ଗାଁ ଲୋକେ ଗାଡ଼ିରେ ବନ୍ଧା ହୋଇଥିବା ଦୁଇ ବଳଦକୁ ଉଦ୍ଧର କରି ପୁଲିସକୁ ଖବର ଦେଇଥିଲେ । ଗୋରୁମହିସାନି ଥାନା ପୁଲିସ ପହଞ୍ଚି ଗାଡ଼ି ସହିତ ଚୋରି ବଳଦକୁ ଜବତ କରିଛି । ଅନ୍ୟପଟେ ପୁଲିସ ପଞ୍ଚିବାରେ ସାମାନ୍ୟ ବିଳମ୍ବ ହେବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହାଛଡ଼ା ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରିବାକୁ ଜନସାଧାରଣ ଦାବି କରିଛନ୍ତି ।