ବାଙ୍ଗିରିପୋଷି,୧୬/୫: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତାରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ଏକ ମୁଗ ଡାଲି ବୋଝେଇ ଟ୍ରକ(ଡବ୍ଲୁବି୨୩ଡି୬୨୫୯) କଲିକତା ଅଭିମୁଖେ ଯାଉଥିବାବେଳେ ଦ୍ୱାରଶୁଣି ଘାଟି ରାସ୍ତାରେ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇ ଛିଡା ହୋଇଥିବା ଏକ ଟ୍ରକ(ଓଡି୦୪ଏଲ୧୫୨୧) କୁ ପଛରେ ଖୁବ ଜୋରରେ ଧକ୍କା ଦେଇଥିଲା।
ଫଳରେ ଉଭୟ ଚାଳକ ଓ ହେଲପର ଗୁରୁତର ହୋଇପଡ଼ିଥିଲେ । ଖବରପାଇ ବାଙ୍ଗିରିପୋଷି ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଜାତୀୟ ରାଜପଥ ଆମ୍ବୁଲାନ୍ସ ଓ ଅଗ୍ନିଶମ କର୍ମଚାରୀ ସହାୟତାରେ ଡ୍ରାଇଭର ଓ ହେଲପରକୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରାରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବାରିପଦାସ୍ଥିତ ପିଆରଏମ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।