ବ୍ରହ୍ମପୁର, ୨୪/୫ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳ ପ୍ରକାଶ। ଶନିବାର ପୂର୍ବାହ୍ନରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ପରୀକ୍ଷା ଫଳ ପୁସ୍ତକ ଉନ୍ମୋଚନ କରିଛନ୍ତି। ସ୍ନାତକ ଶ୍ରେଣୀ କଳା ବିଭାଗରେ ପାସ୍ ହାର ୯୧.୩୧ ପ୍ରତିଶତ ରହିଛି। ବିଜ୍ଞାନରେ ୯୪.୬୫ ପ୍ରତିଶତ ଏବଂ ବାଣିଜ୍ୟରେ ପାସ୍ ହାର ୯୪ ପ୍ରତିଶତ ରହିଛି। ମୋଟାମୋଟି ଭାବେ ବିଶ୍ଵବିଦ୍ୟାଳୟର ପାସ୍ ହାର ୯୩.୩୨ ପ୍ରତିଶତ ରହିଛି।
ପଦାର୍ଥ ବିଜ୍ଞାନର ସିବାଙ୍ଗୀ ସୁବୁଦ୍ଧି ୯୩.୫% ନମ୍ବର ରଖି ବିଶ୍ଵବିଦ୍ୟାଳୟ ଟପର ହୋଇଛନ୍ତି। ପରୀକ୍ଷା ଫଳ ପୁସ୍ତକ ଉନ୍ମୋଚନ ସମୟରେ କୁଳ ସଚିବ ପାର୍ବତୀ ମଞ୍ଜରୀ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପଦ୍ମିନୀ ସାହୁ, ପରୀକ୍ଷା ନିୟନ୍ତ୍ରକ ଡ. ମନୋଜ ପଟ୍ଟନାୟକ, ଉପ ପରୀକ୍ଷା ନିୟନ୍ତ୍ରକ ଡ. ଉଷାରାଣୀ ରଥ ପ୍ରମୁଖ ଉପସ୍ଥିତ ଥିଲେ।