ନୂଆଦିଲ୍ଲୀ ୧୩/୫: ମହିଳା ଏଫ୍ଆଇଏଚ୍ ପ୍ରୋ ଲିଗର ୟୁରୋପ ଚରଣ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ୨୪ ଜଣିଆ ଦଳରେ ଓଡ଼ିଶାରୁ ୩ ଜଣ ସ୍ଥାନ ପାଇଛନ୍ତି । ସେମାନେ ହେଲେ ଜ୍ୟୋତି ଛତ୍ରୀ, ସୁନେଲିତା ଟପ୍ପୋ ଓ ଆଜମିନା କୁଜୁର । ମିଡ୍ଫିଲ୍ଡର ସଲିମା ଟେଟେଙ୍କୁ ଦଳର ଅଧିନାୟିକା ନିଯୁକ୍ତ କରାଯାଇଛି । ନଭନୀତ କୌର ଉପ ଅଧିନାୟିକା ନିଯୁକ୍ତ ହୋଇଛନ୍ତି । ଆସନ୍ତା ୧୪ରୁ ୨୯ ତାରିଖ ମଧ୍ୟରେ ଭାରତୀୟ ଦଳ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ବେଲଜିୟମ ଓ ଚୀନ ସହ ଖେଳିବାର ସୂଚୀ ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଆସନ୍ତା ୧୪ରୁ ଦଳ ଅଭିଯାନ ଆରମ୍ଭ କରିବ ।

ରାଜ୍ୟ କମିଟି ପୂର୍ବରୁ ଜିଲ୍ଲା ସଜାଡ଼ୁଛି କଂଗ୍ରେସ, ପ୍...