ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଦାଦନ ଦୁଃଖ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପ-ପୁଅ ମୃତ

Published By : Suraj Kumar | February 9, 2025 3:57 PM

ବଲାଙ୍ଗୀର, ୯।୨ : ବିଦ୍ୟୁତ ତାର ଲାଗି ଦୁଇ ଦାଦନ ଶ୍ରମିକ ମୃତ । ତାମିଲନାଡୁର ଏକ ପୋଏଟ୍ରି ଫାର୍ମ ରେ କାମ କରୁଥିବା ଦୁଇ ଜଣ ଦାଦନ ଶ୍ରମିକର ମୃତ୍ୟୁ ହୋଇଛି। ଶ୍ରମିକ ଦୁଇଜଣ ହେଲେ  ଟିଟିଲାଗଡ଼ ଥାନା ଅନ୍ତର୍ଗତ ଡଙ୍ଗରପଡା ଗାଁ ର ଅଭିରାମ କଟା ଓ ପୁଅ ଉତ୍ତମ କଟା। 

ଡଙ୍ଗରପଡା ଗାଁ ର ଅଭିରାମ କଟା ଓ ପୁଅ ଉତ୍ତମ କଟା କାମ ଅନ୍ବେଷଣରେ ତାମିଲନାଡୁ ଯାଇଥିଲେ। ସେଠାରେ ଏକ ପୋଏଟ୍ରି ଫାର୍ମରେ ଦାଦନ ଭାବେ କାମ କରୁଥିଲେ।ପୋଏଟି ଫାର୍ମ ନିକଟରେ ଏକ ବିଦ୍ୟୁତ ତାର ଯାଇଥିଲା। ଏହା ସଂସ୍ପର୍ଶରେ ବାପ-ପୁଅ ଆସିଯିବାରୁ ଉଭୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।  ଗାଁ କୁ ଉଭୟ ଶ୍ରମିକଙ୍କ ମୃତଦେହ ଆଣିବା ପାଇଁ ପରିବାର ଲୋକ ଦାବି କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.