ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ଡିସେମ୍ବର ୧୬ରେ ଦେଶବ୍ୟାପୀ ଟ୍ରାକ୍ଟର ରାଲି କରିବେ କୃଷକ, ଘୋଷଣା କଲେ ସରଓ୍ବନ ସିଂହ ପନ୍ଧେର

Published By : Tapas Panda | December 14, 2024 4:25 PM

ନୂଆଦିଲ୍ଲୀ: ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍‌ପି) ଏବଂ ଅନ୍ୟ କେତେକ ଦାବି ନେଇ ଆନ୍ଦୋଳନ କରୁଥିବା କୃଷକ ଶନିବାର ଶମ୍ଭୁ ବର୍ଡରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ବ୍ୟାରିକେଡ୍‌ ହଟାଇବାକୁ ଚେଷ୍ଟା କରିବାରୁ ଆନ୍ଦୋଳନରତ କୃଷକଙ୍କ ଉପରେ ପୋଲିସ ଲୁହବୁହା ଗ୍ୟାସ ଏବଂ ଓ୍ବାଟର କ୍ୟାନନର ବ୍ୟବହାର କରିଛି । ଏଥିରେ ଅନେକ କୃଷକ ଆହତ ହୋଇଥିବା ଜଣାପଡ଼ିଛି । ଏହା ପରେ ଦିଲ୍ଲୀ ଚଲୋ ରାଲି ସ୍ଥଗିତ ରଖାଯାଇଛି । 

ଏହାରି ମଧ୍ୟରେ ଚାଷୀ ନେତା ସରଓ୍ବନ ସିଂହ ପନ୍ଧେର ଦେଶବ୍ୟାପୀ ଟ୍ରାକ୍ଟର ରାଲି କରିବାକୁ ଆହ୍ବାନ ଦେଇଛନ୍ତି । ସେ କହିଛନ୍ତି, ‘ଡିସେମ୍ବର ୧୬ (ସୋମବାର)ରେ ପଞ୍ଜାବ ବ୍ୟତୀତ ଦେଶର ବାକି ରାଜ୍ୟରେ ଟ୍ରାକ୍ଟର ମାର୍ଚ୍ଚ ହେବ । ଏହା ପରେ ଡିସେମ୍ବର ୧୮ରେ ୧୨ରୁ ୩ଟା ପର୍ଯ୍ୟନ୍ତ ପଞ୍ଜାବରେ ରେଳ ରୋକ କରାଯିବ ।’  ସେ କୃଷକମାନଙ୍କୁ ପ୍ଲାଟଫର୍ମ ଏବଂ ରେଳ ଫାଟକ ସବୁ ବନ୍ଦ କରିବାକୁ ଆହ୍ବାନ କରିଛନ୍ତି । ସେପଟେ ହରିୟାଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ଯୋଗୁଁ ୧୭-୧୮ କୃଷକ ଆହତ ହୋଇଛନ୍ତି ବୋଲି ସେ ଦାବି କରିଛନ୍ତି । 

କୃଷକ ନେତା ଆହୁରି କହିଛନ୍ତି ଯେ, ‘ଆମ ଦେଶର ୫୦ ପ୍ରତିଶତ ଲୋକ ଚାଷ ସହ ଜଡ଼ିତ । ସେମାନଙ୍କ ସ୍ବରକୁ ଚାପି ଦିଆଯାଇ ପାରିବ ନାହିଁ । ମିଳିତ କୃଷକ ମୋର୍ଚ୍ଚାର ସଂଯୋଜକ ଜଗଜୀତ ସିଂହ ଖନୌରି ଆମରଣ ଅନଶନରେ ବସିଛନ୍ତି । ତାଙ୍କର ସ୍ବାସ୍ଥ୍ୟବସ୍ଥା ଖରାପ ହେଉଥିବା ନେଇ ସମସ୍ତେ ଜାଣିଛନ୍ତି । ଏପରିକି ଏକଥା ପ୍ରଧାନମନ୍ତ୍ରୀ ମୋଦୀ ଜଣାଅଛି ।’ କୃଷକ ନେତା ସରଓ୍ବନ ସିଂହ ପନ୍ଧେର କହିଛନ୍ତି ଯେ, ଦୁନିଆ ଦେଖୁଛି କିଭଳି ପଞ୍ଚମ ବୃହତ୍ତ ଅର୍ଥନୀତିରେ କୃଷକଙ୍କ ବିରୋଧରେ କଳ-ବଳ-କୌଶଳ ବ୍ୟବହାର କରାଯାଉଛି । ଶମ୍ଭୁ ବର୍ଡରରେ ଆମକୁ ସମର୍ଥନ ଦେବାକୁ ପ୍ରାୟ ୧୦ ହଜାର ଲୋକ ଆସିଥିଲେ । ଲୁହବୁହା ଗ୍ୟାସ୍‌ ଛାଡ଼ି ସେମାନଙ୍କୁ ଗୁରୁତର କରିବାକୁ ଅପଚେଷ୍ଟା କରାଯାଇଛି ବୋଲି ସରଓ୍ବନ ସିଂହ ଅଭିଯୋଗ କରିଛନ୍ତି । 

  • Farmer Protest
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.