ଛତ୍ରପୁର ,୧୦/୩ : ଚମାଖଣ୍ଡି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଅଞ୍ଚଳରେ ଅବକାରୀ ଗୁଇନ୍ଦା ବିଭାଗର କନେଷ୍ଟବଳଙ୍କୁ ଜଣେ ମଦ ମାଫିଆ ଆକ୍ରମଣ କରିଛି। ଏଥିରେ କନେଷ୍ଟବଳ ଜଣକ ଆହତ ହୋଇ ଆହତ ହୋଇ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। କନେଷ୍ଟବଳ ଜଣକ ହେଲେ ବଳରାମ ସ୍ୱାଇଁ।
ଚୋରା ମଦ ବିକ୍ରି ହେଉଥିବା ଖବର ପାଇ କନେଷ୍ଟବଳ ଜଣକ ସେଠାକୁ ଯାଇଥିଲେ। ସେଠାରେ ଜଣେ ମଦ ମାଫିଆ ବଳରାମଙ୍କୁ ଆକ୍ରମଣ କରିଥିବା ସୂଚନା ରହିଛି ।