ପ୍ରମୂଖ ଖବର
  • ଗଞ୍ଜାମ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍‌ରେଜିଷ୍ଟର୍‌, ୨ଟି ସ୍ଥାନରେ ଏକକାଳୀନ ଚଢାଉ
  • ||
  • ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌
  • ||
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଗଞ୍ଜାମରେ ଦୋଳଯାତ୍ରା ଆରମ୍ଭ , ଗାଁ ଦୋଳରେ ଭୋଗ ଖାଇଲେ ଠାକୁର

Published By : Prameya | March 11, 2025 4:05 PM

ଛତ୍ରପୁର,୧୧।୩ ;  ଗଞ୍ଜାମ ସହରର ଐତିହାସିକ ଦୋଳଯାତ୍ରା  ସୋମବାର ଠାରୁ   ଆରମ୍ଭ ହୋଇଛି l  ଏହା ଦୋଳପୁର୍ଣିମା  ପର୍ଯ୍ୟନ୍ତ ୫ ଦିନ ଧରି ଅନୁଷ୍ଠିତ ହେବ l l ଏଥିପାଇଁ ଗଞ୍ଜାମ ସହର ସମେତ ପୁଇଁତୋଳ, ଦାମୋଦରପୁର, ବିଞ୍ଚଣାପଲ୍ଲୀ ଏବଂ ସୂର୍ଯ୍ୟନାରାୟଣପୁର ଗାଁ ଚଳଚଞ୍ଚଳ ହୋଇ ପଡିଛି l

ସୋମବାର ଏକାଦଶୀ ଥିଲା l ଗଞ୍ଜାମ ସହରର ପଣ୍ଡାସାହି, ଚୌଧୁରୀସାହି, ସାମନ୍ତରାସାହି, ଦୁର୍ଗାଦେବୀ ସାହି, ନୁଆଁସାହି, ରାଉଳସାହି, ବ୍ରାହ୍ମଣଢାମଣାସାହି, ଓଡ଼ିଆଢାମଣାସାହି, ସାନବଜାର କେଉଟସାହି, ଦାମୋଦରପୁର, ପୁଇଁତୋଳାସାନସାହି ବାରିକି ସାହି, ପୁଇଁତୋଳା କାର୍ଜିସାହି କର୍ତ୍ତୀସାହି, ସୂର୍ଯ୍ୟନାରାୟଣପୁର ଏବଂ ବିଞ୍ଚଣା ପଲ୍ଲୀରେ ଦୋଳଯାତ୍ରା ଆରମ୍ଭ ହୋଇଛି।  ନିଜ ନିଜ ସାହିରେ ଠାକୁରମାନଙ୍କୁ ବାଜା ବଜାଇ ଚାମର ଦେଖାଇ ଦୋଳରେ ବିଜେ କରିବା ପରେ ବାରିକ ଦିହୁଡି ଧରି ଠାକୁର ଙ୍କ ଦୋଳ ସମୁଖରେ ଚାଲି ଚାଲି ଯିବା ଏକ ପୂର୍ବ ପରମ୍ପରାକୁ ଆଜି ବି ଉଦ୍ଜୀବିତ ରଖିଛି l ଠାକୁରୁଙ୍କ ଦୋଳକୁ ଗଉଡ଼ମାନେ ଧରିଛନ୍ତି l  ଠାକୁର ପ୍ରତି ଘର ଶ୍ରଦ୍ଧାଳୁ ଠାରୁ  ଭୋଗ ଖାଇଛନ୍ତି l 

 ସେହିପରି  ଦ୍ୱାଦଶୀ ତିଥିରେ  ଗଞ୍ଜାମ ସହରର ପଣ୍ଡାସାହି, ଚୌଧୁରୀସାହି, ସାମନ୍ତରାସାହି, ଦୁର୍ଗାଦେବୀ ସାହି, ନୁଆଁସାହିର ଠାକୁରମାନେ ଦ୍ୱାଦଶଯାତ୍ରାରେ ସମ୍ପୃକ୍ତ ସାହିମାନଙ୍କୁ ମିଳିତ ଭାବେ ପଟୁଆରରେ ଯାଇ ଭୋଗ ଖାଇବେ l ଅନ୍ୟ ଠାକୁରମାନେ ନିଜ ନିଜ ନିଜ ସାହି ଏବଂ ଗାଁ ରେ ବୁଲି ଶ୍ରଦ୍ଧାଳୁଙ୍କ ଠାରୁ ଭୋଗ ଖାଇବାର ପରମ୍ପରା ରହିଛି l ବୁଧବାର ସାହି ଯାତ୍ରା ଏବଂ ୧୩ତାରିଖ ରେ ବଜାର ଯାତ୍ରା ଓ ୧୪ରେ ଦୋଳ ପୂର୍ଣ୍ଣିମା।ଠାକୁର ସେହିଦିନ ଫଗୁ ଖେଳି ମନ୍ଦିରକୁ ଫେରିବେ l ୯ ତାରିଖରେ  ଠାକୁରଙ୍କ  ନିକଟରେ ଭିତର ଫଗୁ ଅନୁଷ୍ଠିତ ହୋଇଯାଇଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.