ଖଲ୍ଲିକୋଟ ,୧୩।୩ : ଖଲ୍ଲିକୋଟ ହରିଡ଼ାମୂଳ ନିକଟରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ର କର୍ମଚାରୀ ମାନେ ଏକ କାର ୧୦୦ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛନ୍ତି। ଏଥିସହ ୪ ଜଣଙ୍କୁ ଗିରଫ କରିଛନ୍ତି। କନ୍ଧମାଳ ରୁ କୋଦଳା କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା।
କନ୍ଧମାଳ ରୁ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଖବର ପାଇ ଖଲ୍ଲିକୋଟ ହରିଡ଼ାମୂଳ ନିକଟରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ର ଡି ଏସ ଇ ଶ୍ରୁତି କାନ୍ତ ରାଉତ ଙ୍କ ନେତୃତ୍ୱ ରେ ଇନ୍ସପେକ୍ଟର ନାରାୟଣ ଜେନା, ଏସ ଆଈ ଅଜିତ କୁମାର ନାୟକ ଏବଂ ଅନ୍ୟ କର୍ମଚାରୀ ମାନେ ଚଢ଼ାଉ କରିଥିଲେ। ୧୦୦ କେଜି ୫୦୦ ଗ୍ରାମ ଗଞ୍ଜେଇ ସହିତ କାର (ନମ୍ବର ଓଡି ୦୨ ଏଚ ୮୧୭୮ )ଏବଂ କାର କୁ ଏସ୍କର୍ଟ କରି ଆଗରେ ଯାଉଥିବା ବାଇକ ( ନମ୍ବର ଓଡି ୦୭ ଏଟି ୮୯୧୪) କୁ ଜବତ କରିଥିଲେ। ଗଞ୍ଜେଇ ଚୋରା ଚାଲାଣ କରୁଥିବା ୪ ଜଣ ଙ୍କୁ ଗିରଫ କରାଯାଇଛି। ଗିରଫ ୪ ଜଣ ହେଲେ ବାଇକ ଆରୋହୀ କୋଦଳା ବେଳଝରି ଗ୍ରାମର ଦିପୁ ପ୍ରଧାନ (୨୪), ଗଞ୍ଜେଇ ଚୋରା ଚାଲାଣ କରୁଥିବା ଲିବିୟା ପ୍ରଧାନ (୨୧), ନିପାରା ପ୍ରଧାନ (୨୭),କାର ଡ୍ରାଇଭର ହାଡିବନ୍ଧୁ ନାୟକ (୩୬)। ସମସ୍ତ ଅଭିଯୁକ୍ତ କନ୍ଧମାଳ ଜିଲ୍ଲା କୋଟଗଡ ଥାନା ପକାରୀ ଗ୍ରାମ ର ବାସିନ୍ଦା ବୋଲି ଜଣାପଡ଼ିଛି। ଅଭିଯୁକ୍ତ ମାନଙ୍କ ଠାରୁ ୪ ଟି ମୋବାଇଲ ଫୋନ ଜବତ କରାଯାଇଥିବା ସୂଚନା ମିଳିଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି।