ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ସ୍ଵାମୀ-ସ୍ତ୍ରୀ ଅଲଗା ହେଉଥିଲେ ମଧ୍ୟ ରଖନ୍ତୁ ଶାଳୀନତା

Published By : Prameya | November 7, 2024 3:13 PM

କୌଣସି ସମ୍ପର୍କ ତୁଟିବା ବେଳେ ମନରେ କୋହ ସହ ପାଟିରେ ଅଭିଯୋଗ ନିଶ୍ଚୟ ରହିଥାଏ । ଏସବୁ ରହିବା ମଧ୍ୟ ସ୍ୱାଭାବିକ । କିନ୍ତୁ ପରସ୍ପର ମଧ୍ୟରେ ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ଝଗଡାଝାଟି କରିବା ଆଦୌ ସମୀଚୀନ ନୁହେଁ । ଯଦି ସମ୍ପର୍କରେ ସମସ୍ୟା ରହିଛି, ତେବେ ଅଲଗା ହେବା ଭୁଲ୍‌ ନୁହେଁ । ତଥାପି ଏହି ସମୟରେ ଶାଳୀନତା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍‌ ।

କୌଣସି ସମ୍ପର୍କ ତୁଟିବା ଖୁବ୍‌ ଯନ୍ତ୍ରଣାଦାୟକ । ବହୁ ସମୟରେ ମନ ନ ମିଶିବା କାରଣରୁ ସମ୍ପର୍କରେ ଫାଟ ଆସିଥାଏ । ମନ ନ ମିଶିବା ଓ ମତଭେଦ ଯୋଗୁ ଅନେକ ସମ୍ପର୍କରେ ଅଲଗା ହେବା ପରି ସ୍ଥିତି ଉପୁଜିଥାଏ । ସମ୍ପର୍କ ଯାହା ହେଉନା କାହିଁକି ଯେତେବେଳେ ଅଲଗା ହେବାର ଚିନ୍ତା ଆସେ ମନ ଭିତରେ ଅନେକ ଖରାପ ଅନୁଭବ ବାରମ୍ବାର ଆସିଥାଏ । ଫଳରେ ଉଭୟଙ୍କ ମନରେ ହତାଶ ଭାବ ସହ ଅନ୍ୟଜଣକ ପ୍ରତି କଠୋର ମନୋଭାବ ଆସିଥାଏ । ଉଭୟଙ୍କ ଭିତରେ କଥାବାର୍ତ୍ତା କମିବା ସହ ଲଢେଇ ଓ ଝଗଡା ବଢିଥାଏ । ଏହି ସ୍ଥିତିରେ ଯଦି ମଧ୍ୟସ୍ଥତା କରିବା ପାଇଁ ଉଭୟଙ୍କ ପରିବାର ସଦସ୍ୟ ସାମିଲ୍‌ ହୋଇଥାନ୍ତି, ତେବେ ସମ୍ପର୍କ ଆହୁରି ବିଗିଡି ଯାଇଥାଏ । କାରଣ ଏହି ମିଟିଂ ଅତୀତକୁ ତାଜା କରିଥାଏ । ଫଳରେ ପରସ୍ପରକୁ ଦୋଷାରୋପ କରିବାକୁ ସୁଯୋଗ ମିଳିଥାଏ । 

ଧ୍ୟାନ ରଖନ୍ତୁ

ଅଲଗା ହେବା ଯେତେ ଦୁଃଖ ଦେଇଥାଏ, ତା’ଠାରୁ ଅଧିକ ଯନ୍ତ୍ରଣା ଦେଇଥାଏ ସାଥୀ ଦ୍ୱାରା ପ୍ରୟୋଗ କରାଯାଉଥିବା ଅପଶବ୍ଦ । ଅନେକ ଦମ୍ପତି ଅଲଗା ହେବା ସମୟରେ ସମାଜ ଆଗରେ ଘରର ମାନସମ୍ମାନ ଓ ଲୋକଲଜ୍ଜାକୁ ଭୁଲି ବିଭିନ୍ନ ଡ୍ରାମା କରିଥାନ୍ତି । ଏଭଳି ଅପ୍ରୀତିକର ପରିସ୍ଥିତିରୁ ରକ୍ଷା ପାଇବା ପାଇଁ କେତେକ ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍‌ । 

- ନିଜ ସାଥୀ ପ୍ରତି ସମ୍ମାନ ରଖନ୍ତୁ । ବିଶେଷକରି ଯେତେବେଳେ ଅଲଗା ହେବା ପାଇଁ ନିଷ୍ପତି ଉଭୟଙ୍କ ପକ୍ଷରୁ ନିଆଯାଇଛି । ଅନ୍ୟ ଆଗରେ ସାଥୀକୁ ଖରାପ କହିବା, ଦୋଷ ଲଦିବା ଓ ମୁଁ ଭଲ ଆଦି କହିବା ଉଚିତ୍‌ ନୁହେଁ । ଏପରି କରିବା ଦ୍ୱାରା ସାଥୀକୁ ଦୁଃଖ ପହଞ୍ଚିବା ସହ ଆପଣ ମଧ୍ୟ ଭୁଲ୍‌ ପ୍ରମାଣିତ ହୋଇଥାନ୍ତି । 

- ଯେତେବେଳେ ଦୁଇ ଜଣ ଅଲଗା ହେବା କଥା ସ୍ଥିର କରି ସାରିଥାନ୍ତି । ସେତେବେଳେ ଉଭୟ କିଭଳି ଅଲଗା ହେବା ଉଚିତ୍‌ । ସେ ବିଷୟରେ କଥା ହେବା ଆବଶ୍ୟକ । ଆଇନ ଦିଗକୁ କେମିତି ନିୟନ୍ତ୍ରଣ କରିହେବ, ଆର୍ଥିକ ଦିଗ କେମିତି ରହିବା ଉଚିତ୍‌, ଘର ଓ ଆବଶ୍ୟକ ଜିନିଷ କେମିତି ବଣ୍ଟାଯିବ । ତାହା ସ୍ଥିର କରି ନିଅନ୍ତୁ । ଏହି କଥାବାର୍ତ୍ତା ସମୟରେ ନିଜ ଭାବନା ଉପରେ କାବୁ ରଖିବା ଜରୁରି । ଏହି କଥାବାର୍ତ୍ତ ସମୟରେ ଝଗଡା କରିବା ଓ ଗାଳିଗୁଲଜ କରିବା ପରସ୍ପରଙ୍କୁ କଷ୍ଟ ଦେଇଥାଏ । 

- ଯଦି ସୋଡିଆଲ୍‌ ମିଡିଆରେ ପରସ୍ପରଙ୍କୁ ଫଲୋ କରୁଥାନ୍ତି, ତେବେ ଅଲଗା ହେବା ସମୟରେ ଅନ୍‌ଫଲୋ କରି ଦେବା ଉଚିତ୍‌ । କାରଣ ହୃଦୟ ଭାଙ୍ଗିବା ପରେ ମନରେ ପ୍ରତିଶୋଧ ନେବାର ଭାବନା ଜାତ ହୋଇଥାଏ । ଏହି ଭାବନା ଜଣକୁ ଅନ୍ୟଜଣକ ପ୍ରତି ହିଂସ୍ର ହେବାକୁ ବାଧ୍ୟ କରି ଦେଇଥାଏ । 

- ପ୍ରାୟତଃ ଦେଖାଯାଏ ସମ୍ପର୍କ ଭାଙ୍ଗିବା ପରେ ଜଣେ ଅନ୍ୟଜଣକୁ ଅନ୍‌ଫଲୋ କରିବା ପରେ ମଧ୍ୟ ଫେକ୍‌ ଆକାଉଣ୍ଟ ଜରିଆରେ ପୁନଃ ସମ୍ପର୍କ ଯୋଡ଼ିଥାନ୍ତି । ଏପରି କରିବା ଅନୁଚିତ୍‌ । 

- ଯଦି କେହି ଆପଣଙ୍କ ସମ୍ପର୍କ ବିଷୟରେ କିଛି ପଚାରୁଛନ୍ତି, ତେବେ ତୁରନ୍ତ ରାଗିଯିବା କିମ୍ବା ଏକ୍ସଙ୍କ ବିଷୟରେ ଏଣୁତେଣୁ କିଛି କହିଦେବା ଅନୁଚିତ୍‌ । ନଚେତ୍‌ ଲୋକ ଆପଣଙ୍କ କଥାକୁ ବଢାଇଚଢାଇ ଅନ୍ୟ ଆଗରେ ଉପସ୍ଥାପନ କରିପାରନ୍ତି । ଫଳରେ ଆପଣ ଓ ଏକ୍ସଙ୍କର ହିଁ ବଦ୍‌ନାମୀ ହୋଇଥାଏ । 

- ଯଦି ବିବାହ ଓ ସନ୍ତାନ ହେବା ପରେ ଅଲଗା ହେଉଥାନ୍ତି, ଯଦି ୨ଟି ପିଲା ରହିଥାନ୍ତି ଉଭୟଙ୍କୁ ନିଜ ସହ ନେବାକୁ ଚେଷ୍ଟା କରନ୍ତୁ । ପିଲାଙ୍କ ଦାୟିତ୍ୱ ନେବା ବେଳେ ଅବହେଳା କରନ୍ତୁନି । କାରଣ ଏହା ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଓ ବ୍ୟକ୍ତିତ୍ୱ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ପିଲାଙ୍କ ଆଗରେ ପରସ୍ପରକୁ ଗାଳି ମଧ୍ୟ ଦିଅନ୍ତୁନି । 

- ପରସ୍ପରଙ୍କ ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କୁ ଫୋନ୍‌ କରି ସାଥୀଙ୍କ ବିରୋଧରେ ଏଣୁତେଣୁ କହିବା ଅନୁଚିତ୍‌ । କାରଣ ଏଭଳି ମନ୍ତବ୍ୟ କୋର୍ଟରେ ଆପଣଙ୍କ ବିରୋଧରେ ପ୍ରମାଣ ଭାବେ ବ୍ୟବହାର କରାଯାଇପାରେ । 

- ଅଲଗା ହେବାର ନିଷ୍ପତ୍ତି କେହି ବି ନିଅନ୍ତୁ । କିନ୍ତୁ ସାଥୀଙ୍କ ଆଗରେ କାରଣ ନିଶ୍ଚୟ କୁହନ୍ତୁ । ଯଦି କିଛି କାରଣ ନ ଦର୍ଶାଇ ଅଲଗା ହେବାର ନିଷ୍ପତ୍ତି ନିଅନ୍ତି, ତେବେ ସାଥୀଙ୍କର ଅପମାନ ହୋଇଥାଏ । 

- ଯେକୌଣସି କାରଣରୁ ଅଲଗା ହେବାର ନିଷ୍ପତ୍ତି ନେଇଥାନ୍ତୁ ନା କାହିଁକି ପରସ୍ପରଙ୍କୁ ଦେଷାରୋପ ଓ ଅପଶବ୍ଦ ପ୍ରୟୋଗ କରନ୍ତୁନି । ନଚେତ୍‌ ସାଥୀକୁ ହିଂସ୍ର ହେବାକୁ ବାଧ୍ୟ କରିପାରନ୍ତି । ବରଂ ଓକିଲ ଜରିଆରେ କଥା ହୁଅନ୍ତୁ । 

- ଯଦି ପେସାଗତ ସାହାର୍ଯ୍ୟ ନେଇପାରୁ ନାହାନ୍ତି, ତେବେ ସାଙ୍ଗସାଥୀ ବା ସମ୍ପର୍କୀୟଙ୍କ ସହଯୋଗ ନିଶ୍ଚୟ ନିଅନ୍ତୁ । ଯିଏ ଉଭୟ ସମ୍ପର୍କ ଭିତରେ ନିରପେକ୍ଷତା ରକ୍ଷା କରିପାରିବେ । ଅନ୍ୟକୁ ମଧ୍ୟସ୍ଥତା କରାଇ ଆର୍ଥିକ, ପିଲାର ଦାୟିତ୍ୱ, ସମ୍ପତ୍ତି, ବ୍ୟାଙ୍କ୍‌ ଆକାଉଣ୍ଟ ଆଦିର ନିର୍ଣ୍ଣୟ କରିନିଅନ୍ତୁ । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.