ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଛାଡ଼ପତ୍ର ଘୋଷଣା ପରେ ଗୋଆରେ ପହଞ୍ଚିଲେ ଇଶା ଦେଓଲ , ସାମ୍ୱାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଲେ …

ମୁମ୍ୱାଇ : ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ତଥା ଧର୍ମେନ୍ଦ୍ର-ହେମା ମାଳିନୀଙ୍କ ଝିଅ ଇଶା ଦେଓଲ ଏୟାରପୋର୍ଟରେ ଦେଖିବାକୁ ମିଳିଛି। ସେ ଖୁବ୍‌ ଖୁସି ନଜର ଆସୁଥିଲେ। ସେ ଫଟୋ ସାମ୍ୱାଦିକଙ୍କୁ ପୋଜ୍‌ ମଧ୍ୟ ଦେଲେ ଏବଂ ତାଙ୍କ ସହ କଥାବାର୍ତ୍ତା ବି ହେଲେ। ଏହି ମଧ୍ୟରେ ଜଣେ ସାମ୍ୱାଦିକ ତାଙ୍କୁ କେମିତି ଅଛନ୍ତି ବୋଲି ପଚାରିଲେ। ଇଶାଙ୍କ ଜବାବ ଶୁଣିବା ପରେ ଏବେ ସୋସିଆଲ ମିଡିଆରେ ଲୋକଙ୍କ ରିଆକ୍ସନ ଆସୁଛି। ମନେପକାଇ ଦେଉଛୁ କି, ନିକଟରେ ଇଶା ନିଜର ସ୍ୱାମୀ ଓ ବିଜେନେସମ୍ୟାନ୍‌ ଭରତ ତଖତାନୀଙ୍କ ଠାରୁ ବିବାହର ୧୧ ବର୍ଷ ପରେ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ। 

ଇଶା ଦେଓଲ ନିକଟରେ ଦିଲ୍ଲୀ ଟାଇମ୍ସ କୁ ଦେଇଥିବା ସାକ୍ଷାତକାରରେ ଏହି କଥାର ଘୋଷଣା କରିଥିଲେ କି, ସେ ନିଜର ସ୍ୱାମୀ ଭରତଙ୍କ ଠାରୁ ବିଚ୍ଛେଦ ହେଉଛନ୍ତି। କେବଳ ଏତିକି ନୁହେଁ , ସେ ଲୋକଙ୍କୁ ପ୍ରାଇଭେସିର ସମ୍ମାନ କରିବାକୁ ଅପିଲ ମଧ୍ୟ କରିଥିଲେ। ଏହି ଘୋଷଣା ପରେ ସେ ସୋମବାର ପ୍ରଥମ ଥର ନଜରକୁ ଆସିଛନ୍ତି। ତାଙ୍କର ଚେହେରାରେ ହାଲକା ହସ ଦେଖିବା ପରେ ଫଟୋ ସାମ୍ୱାଦିକ ତାଙ୍କୁ ପୋଜ୍‌ ଦେବାକୁ କହିଥିଲେ ଏବଂ ପଚାରି ଥିଲେ କି ସେ କେମିତି ଅଛନ୍ତି ? ଅଭିନେତ୍ରୀ କହିଥିଲେ , ମୁଁ ଠିକ୍‌ ଅଛି । ଆପଣମାନେ ସମସ୍ତେ କେମିତି ଅଛନ୍ତି ? 

ଇଶା ଦେଓଲଙ୍କ ଫଟୋ ଓ ଭିଡ଼ିଓ ଦେଖିବା ପରେ ଲୋକେ ଅନେକ କମେଣ୍ଟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି , ଖୁବ୍‌ ଶୀଘ୍ର କରିବେ ଦ୍ୱିତୀୟ ବିବାହ। ଅନ୍ୟ ଜଣେ ଲେଖିଛନ୍ତି, ଯୁବତୀ ବେଳର ହେମା ମାଳିନୀ। ଆଉ ଜଣେ ୟୁଜର ଲେଖିଛନ୍ତି ଆପଣ ଖୁବ୍‌ ହସୁଛନ୍ତି। କଣ ଦୁଃଖ ରହିଛି କି , ତାକୁ ଲୁଚାଉଛନ୍ତି ? 

କହି ରଖୁଛୁ କି ଇଶା , ରକୁଲ ଓ ଜ୍ୟାକି ଭଗନାନୀଙ୍କ ବିବାହରେ ଯୋଗ ଦେବାକୁ ଗୋଆ ଯାଇଛନ୍ତି। ସେ ଏୟାରପୋର୍ଟରେ ଏକୁଟିଆ ନଜର ଆସିଥିଲେ। ତାଙ୍କ ସହ ତାଙ୍କର ଝିଅ ନଜର ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.