ନୂଆଦିଲ୍ଲୀ : କେନ୍ଦ୍ର ସରକାର ୧୯୬୮ର ଶତ୍ରୁ ସଂପତ୍ତି ଆଇନରେ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଏହି ରିପୋର୍ଟର ଆଧାରରେ,ବଜେଟ୍ ଅଧିବେଶନରେ ହିଁ ସରକାର ବିଧେୟକ ନେଇ ଏହି ଆଇନରେ ପରିବର୍ତ୍ତନ କରି ପାରନ୍ତି। ଉକ୍ତ ପରିବର୍ତ୍ତନ ପରେ ‘ଶତ୍ରୁ ସଂପତ୍ତି’ର ମାଲିକାନା ହକ୍ ସିଧା କେନ୍ଦ୍ର ସରକାରଙ୍କ ହାତକୁ ଆସି ଯିବ। ଏହାପରେ ଏହି ସଂପତ୍ତି ଗୁଡ଼ିକର ବ୍ୟବହାର ଜନହିତ କାର୍ଯ୍ୟରେ କରାଯାଇ ପାରେ।
କହି ରଖୁଛି କି, ଅଭିନେତା ସୈଫ୍ ଅଲୀ ଖାନଙ୍କ ୧୫ ହଜାର କୋଟି ଟଙ୍କାର ସଂପତ୍ତିକୁ ମଧ୍ୟ ୨୦୧୫ରେ ଶତ୍ରୁ ସଂପତ୍ତିର ପରିସରକୁ ଅଣା ଯାଇଥିଲା। ଏହି ସଂପତ୍ତିକୁ ରକ୍ଷା କରିବା ପାଇଁ ନବାବ ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଥିଲେ।
ଶତ୍ରୁ ସଂପତ୍ତି କଣ ?
ଏମିତି ସଂପତ୍ତି ଯାହା କୌଣସି ଶତ୍ରୁ ଦେଶର ନାଗରିକତା ବା ପୁଣି ସଙ୍ଗଠନର ହୋଇଥିବ, ଏହାକୁ ଶତ୍ରୁ ସଂପତ୍ତିର ଶ୍ରେଣୀରେ ରଖାଯାଏ। ୧୯୬୫ରେ ପାକିସ୍ତାନ ସହ ହୋଇଥିବା ଯୁଦ୍ଧର ୩ ବର୍ଷ ପରେ ଏହି ଆଇନ ପ୍ରସ୍ତୁତ କରାଯାଇ ଥିଲା। ଆଇନ ତିଆରି କରିବା ଏଥିପାଇଁ ଜରୁରୀ ଥିଲା କି, ଯେଉଁ ଲୋକ ଚୀନ୍ ବା ପାକିସ୍ତାନ ଚାଲିଯିବେ , ସେ ପୁଣି ଆଉ ଥରେ ଏହି ସଂପତ୍ତି ଗୁଡ଼ିକ ଉପରେ ଦାବି କରି ପାରିବେ ନାହିଁ। ଏଥିରେ ଏହି ସଂପତ୍ତିକୁ ଶତ୍ରୁ ସଂପତ୍ତି ଘୋଷିତ କରାଯାଇଛି। ୧୯୬୮ର ଆଇନର ମୁତାବିକ ଶତ୍ରୁ ସଂପତ୍ତିର ବ୍ୟବହାର ସଂରକ୍ଷକ ହିଁ କରୁ ଥିଲେ। ହେଲେ ଏହାକୁ ନା ଟ୍ରାନ୍ସଫର କରାଯାଇ ପାରୁ ଥିଲା ନା ହିଁ ଉତ୍ତରାଧିକାରୀ ଭାବେ ଦିଆ ଯାଉ ଥିଲା।
୨୦୧୭ରେ ମଧ୍ୟ କରାଯାଇଛି ପରିବର୍ତ୍ତନ -
୨୦୧୭ରେ ଏହି ଆଇନରେ ସଂଶୋଧନ କରାଯାଇଛି। ଏହ ସଂଶୋଧନରେ ଶତ୍ରୁ ଓ ଶତ୍ରୁ ଫର୍ମକୁ ବ୍ୟାପକ ରୂପେ କୁହାଯାଇଛି। ଏବେ ଜରୁରୀ ଏହା କି, ଉତ୍ତରାଧିକାରୀ ନାମରେ ବିବାଦରେ ସରକାରଙ୍କର ଭୂମିକା ସ୍ପଷ୍ଟ ହେଉ। ଅନ୍ୟଟି ସାର୍ବଜନିକ ବ୍ୟବହାର ପାଇଁ ନିୟମ କରାଯାଉ କି ସରକାର କେବେ ଓ କେମିତି ଏଗୁଡ଼ିକୁ ନିଜ ଅଧିକାରକୁ ନେଇ ପାରନ୍ତି।
୨୦୨୩ର ରିପୋର୍ଟ ମୁତାବିକ, ସାରା ଦେଶରେ ମୋଟ ୧୨୬୧୧ ଶତ୍ରୁ ସଂପତ୍ତି ରହିଛି। ଏଥିରୁ ୧୨୪୮୫ପାକିସ୍ତାନୀ ନାଗରିକଙ୍କର ଏବଂ ୧୨୬ଟି ଚାଇନା ନାଗରିକଙ୍କର ରହିଛି। ଚଳିତ ବର୍ଷ କ୍ୟାବିନେଟ୍ ୩ ହଜାର କୋଟିରୁ ଅଧିକ ଦାମ୍ର ଶତ୍ରୁ ସେୟାରକୁ ବିକ୍ରିର ଅନୁମତି ଦେଇ ଥିଲେ। ୨୦୨୦ରେ କେନ୍ଦ୍ରର ସରକାର ଏକ ଲକ୍ଷ କୋଟି ମୂଲ୍ୟର ସଂପତ୍ତି ଗୁଡ଼ିକୁ ସେଟଲମେଣ୍ଟ ପାଇଁ ଏକ ଅନୁଧ୍ୟାନ ଟିମ୍ ଗଠନ କରି ଥିଲେ।
ସରକାର ଲକ୍ଷ୍ନୌ ନଗର ନିଗମ ସହ ଜଡ଼ିତ ଏକ ମାମଲା ପରେ ଏହି ଆଇନରେ ସଂଶାଧନ କରିବାର ପ୍ରସ୍ତୁତି କରୁଛନ୍ତି। ୨୦୧୭ର ସଂଶୋଧନ ପରେ ରାଜା ମହମୁଦାବାଦଙ୍କର ସଂପତ୍ତି ଗୁଡ଼ିକର ମାଲିକାନା ହକ୍ କେନ୍ଦ୍ର ସରକାରଙ୍କ ପାଖକୁ ଚାଲି ଯାଇ ଥିଲା। ଉତ୍ତର ପ୍ରଦେଶରେ ମଧ୍ୟ ଅନେକ ସଂପତ୍ତି ଉପରେ ସରକାର ନିଜର ଦାବି କରିଛନ୍ତି। ଲକ୍ଷ୍ନୌ, ହାଇଦ୍ରାବାଦ ଓ ମୁମ୍ୱାଇରେ ଏମିତି ଅନେକ ସଂପତ୍ତି ରହିଛି। ରାଜା ମହମୁଦାବାଦ ହାଉସ୍ ଓ ହଜରତଗଞ୍ଜରେ ଥିଲା।