ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ହାଉସ୍‌ଫୁଲ୍‌ ଯୁଗ ଶେଷ, ପ୍ରମାଦ ଗଣୁଛନ୍ତି ସିଙ୍ଗଲ୍‌ ସ୍କ୍ରିନ୍‌ ସିନେମା ହଲ୍‌

ନୂଆଦିଲ୍ଲୀ, ୨୨।୫: ପ୍ରମାଦ ଗଣୁଛନ୍ତି ସିଙ୍ଗଲ୍‌ ସ୍କ୍ରିନ୍‌ ସିନେମା ହଲ୍‌ । ଆୟ ନାହିଁ ଆଉ ଖର୍ଚ୍ଚ ବଢ଼ିଚାଲିଛି । ହାଉସ୍‌ଫୁଲ୍‌ ବୋର୍ଡ ଲଗାଇବାର ଯୁଗ ଶେଷ । ବର୍ଷ ପାର୍‌ ବର୍ଷ ଏହି ସିନେମା ହଲ୍‌ଗୁଡ଼ିକ ଖାଁ ଖାଁ ହୋଇଚାଲିଛି । ଏପରିକି କିରାଣା ଦୋକାନଗୁଡ଼ିକର ଆୟ ବି ଏହି ହଲ୍‌ଗୁଡ଼ିକ ତୁଳନାରେ ଅଧିକ । ମାଲିକମାନେ ହଲ୍‌ ବନ୍ଦ ରଖିବାକୁ ପସନ୍ଦ କରୁଛନ୍ତି । କାରଣ ହଲ୍‌ ଖୋଲିଲେ ଦିନକୁ ଆୟ ହେଉଛି ୪,୦୦୦ ଟଙ୍କା । ବିଜୁଳି, ରକ୍ଷଣାବେକ୍ଷଣ ଏବଂ ଅନ୍ୟ ପରିଚାଳନା ବ୍ୟୟ ମିଶିଲେ ଦୈନିକ ଖର୍ଚ୍ଚ ପ୍ରାୟ ୭,୦୦୦ ଟଙ୍କା  । ତେଣୁ ହଲ୍‌ ଖୋଲିବା ଅର୍ଥ କ୍ଷତି । 

ତେଲଙ୍ଗାନାରେ ପରିସ୍ଥିତି ଏଭଳି ଯେ, ଅନେକ ସିଙ୍ଗଲ୍‌ ସ୍କ୍ରିନ୍‌ ସିନେମା ହଲ୍‌ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଥିଏଟର ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ଉକ୍ତ ଥିଏଟର, ଯେଉଁଠି ଏକଦା ଦର୍ଶକ ଫିଲ୍ମ ରିଲିଜ୍‌ ହେବାକୁ ଅପେକ୍ଷା କରି ରହୁଥିଲେ । ଥିଏଟରରେ ତାଳି ଏବଂ ସିଟି ଜୋର୍‌ଦାର ଶୁଣିବାକୁ ମିଳୁଥିଲା । ପ୍ରଥମ ଦିନ ପ୍ରଥମ ସୋ’ ଟ୍ରେଣ୍ଡ୍‌ ଜୋର ଧରିଥିଲା । ଟିକଟଘର ଆଗରେ ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଥିଲା । ଟିକଟଘର ଆଗରେ ବହୁଥର ହାଉସ୍‌ଫୁଲ୍‌ ବୋର୍ଡ ଦେଖିବାକୁ ମିଳୁଥିଲା । କଳାରେ ଟିକଟ ଚଢ଼ାରେ ବିକ୍ରି ହେଉଥିଲା । ଏବେ କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି । ଅତିବେଶିରେ ୧୦-୧୨ ଜଣ ଦର୍ଶକ ବସି ଫିଲ୍ମ ଦେଖୁଛନ୍ତି । ହଲ୍‌ଗୁଡ଼ିକରେ ଧୂଳିମଳି ଜମା । ପୁରୁଣା ଚେୟାର ଏବଂ ଫଟା ସିଟ୍‌ । ବେପାର ନ ଥିବାରୁ ମେଣ୍ଟେନାନ୍ସରେ ଖର୍ଚ୍ଚ କରୁନାହାନ୍ତି ହଲ୍‌ ମାଲିକ । 

ସମଗ୍ର ଦେଶରେ ସମାନ ସ୍ଥିତି । ଘରେ ଘରେ ଟେଲିଭିଜନର ଲୋକପ୍ରିୟତା ବଢ଼ିବା ପରଠାରୁ ସିଙ୍ଗଲ୍‌ ସ୍କ୍ରିନ୍‌ ସିନେମା ହଲ୍‌ଗୁଡ଼ିକୁ ଆହ୍ୱାନର ସାମ୍ନା କରିବାକୁ ପଡୁଛି । ସାଟେଲାଇଟ୍‌ ଟିଭି ଲୋକଙ୍କୁ ସମଗ୍ର ବ୍ରହ୍ମାଣ୍ଡର ଫିଲ୍ମ ଦେଖିବାକୁ ସମର୍ଥ କରିଛି । ଏଭଳି କ୍ଷେତ୍ରରେ ଲୋକଙ୍କୁ ମନୋରଞ୍ଜନ ପାଇଁ ସ୍ଥାନୀୟ ସିନେଲା ହଲ୍‌ ଯିବାକୁ ପଡୁନାହିଁ । ଆଜି ଓଟିଟି ପ୍ଲାଟ୍‌ଫର୍ମ ଏବଂ ମଲ୍ଟିପ୍ଲେକ୍ସ ସିଙ୍ଗିଲ୍‌ ସ୍କ୍ରିନ୍‌ ସିନେମା ହଲ୍‌ଗୁଡ଼ିକୁ ବଡ଼ ଆକାରରେ ପ୍ରଭାବିତ କରିଛି । ପ୍ରତିବର୍ଷ ଖୋଲୁଥିବା ୨୦୦ ନୂଆ ମଲ୍ଟିପ୍ଲେକ୍ସ ଯୋଗୁ ପ୍ରାୟ ୧୫୦ ସିଙ୍ଗଲ୍‌ ସ୍କ୍ରିନ୍‌ ସିନେମା ହଲ୍‌ ବନ୍ଦ ହେଉଥିବା ଶିଳ୍ପ ସୂତ୍ରରୁ ଜଣାପଡ଼ିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.