ପ୍ରମୂଖ ଖବର
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

କୋଣାର୍କ ବ୍ୟାଖ୍ୟାନ କେନ୍ଦ୍ରରେ କର୍ମଚାରୀଙ୍କ ଧାରଣା

Published By : Ladu Kishor | August 8, 2025 6:47 PM

କୋଣାର୍କ,୮।୮: ଶୁକ୍ରବାର ଆଇଓଏଫ ବ୍ୟାଖ୍ୟାନ କେନ୍ଦ୍ର ଏସଆଇଏସ କର୍ମଚାରୀ ମାନେ କେନ୍ଦ୍ର ସରକାରଙ୍କ ଶ୍ରମିକ ମଜୁରୀ ହିସାବରେ ବେତନ ଦାବିରେ ବ୍ୟାଖ୍ୟାନ କେନ୍ଦ୍ର ତାଲା ପକାଇ ଧାରଣା ଦେଇଛନ୍ତି। ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ବ୍ୟାଖ୍ୟାନ କେନ୍ଦ୍ର ବୁଲି ନପାରି ନିରାଶ ମନରେ ଫେରିଥିବା ଦେଖିବାକୁ ମିଳିଛି। ଗତ ୨୦୧୮ ମସିହାରୁ ଏଠାରେ ୧୦୫ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ୨୦୧୮ରୁ ଦୁଇ ବର୍ଷ ଧରି ଦରମା ଠିକ ମିଳୁଥିଲା । ପରେ କିଛି କର୍ମଚାରୀଙ୍କୁ ଛଟେଇ କରାଯାଇ ଦରମା କଟାଗଲା । ପ୍ରଥମରୁ କେନ୍ଦ୍ର ସରକାରଙ୍କ ଶ୍ରମିକ ମଜୁରୀ ହିସାବରେ ବେତନ ଦିଆଯାଉଥିଲା । ୨୦୨୧ରୁ ଓଡ଼ିଶା ସରକାରଙ୍କ ମଜୁରୀ ହିସାବରେ ବେତନ ଦିଆଗଲା। ଫଳରେ ୪୦ ଶତକଡା କଟିଗଲା । ଆଜି ପର୍ଯ୍ୟନ୍ତ ଏସଆଇଏସ ମନଇଛା ଦରମା କାଟି ଚାଲିଛି । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସମସ୍ୟା ସମାଧାନ ହେଇନଥିବା,ଅଧିକାରୀଙ୍କ ମନମାନି ଯୋଗୁଁ ଏଭଳି ଅବସ୍ଥା ଉପୁଜିଥିବା କର୍ମଚାରୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଏସଆଇଏସର ଏରିଆ ମ୍ୟାନେଜର ଆଦିକନ୍ଦ ଶତପଥୀଙ୍କୁ ପଚାରିବାରୁ ନିୟମ ଅନୁଯାୟୀ କର୍ମଚାରୀ ମାନଙ୍କୁ ରାଜ୍ୟ ଓଜେଏସରେ ଦରମା ଦିଆଯାଉଛି। ଏଣୁ ଏଭଳି ସମସ୍ୟା ଦେଖାଦେଇଛି । ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି ସେ କହିଥିଲେ। ତହସିଲଦାର ଅନୀଲ କୁମାର ମହାନ୍ତି ପହଞ୍ଚି ଧାରଣାରତ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କର୍ମଚାରୀ ମାନେ କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.