ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ବିମାନରେ ପେଜର ଓ ଓ୍ବାକିଟକି ଉପରେ ରୋକ୍‌ ଲଗାଇଲା ଏମିରେଟସ୍‌ ଏୟାର ଲାଇନ୍‌

Image Courtesy: travelandleisureasia

ନୂଆଦିଲ୍ଲୀ: ଦୁବାଇର ଏୟାର ଲାଇନ୍‌ ଏମିରେଟସ୍‌ ମଧ୍ୟପ୍ରାଚ୍ୟକୁ ବିମାନ ଉଡ଼ାଣ କଟକଣାର ଅବଧି ଆହୁରି ବଢ଼ାଇ ଦେଇଛି  । ଏହା ସହ ବିମାନରେ ପେଜର ଏବଂ ଓ୍ବାକିଟକି ବ୍ୟବହାର ଉପରେ କଟକଣା ଲଗାଇଛି କମ୍ପାନି । ନିକଟରେ ଲେବାନନରେ ପେଜର ଓ ଓ୍ବାକିଟକି ବିସ୍ଫୋରଣ ଘଟି ଲୋକଙ୍କ ଜୀବନ ଯାଇଥିଲା ଏବଂ ଅନେକ ଆହତ ହୋଇଥିଲେ ।  

ଦୁବାଇକୁ ଆସୁଥିବା, ଦୁବାଇରୁ ଯାଉଥିବା ଏବଂ ଦୁବାଇ ଦେଇ ଉଡ଼ାଣ ଭରୁଥିବା ଯାତ୍ରୀ ଏବଂ କ୍ରିଉ ସଦସ୍ୟ ପେଜର ଓ ଓ୍ବାକିଟକି ବ୍ୟବହାର କରିପାରିବେ ନାହିଁ ବୋଲି ଏୟାର ଲାଇନ୍‌ ପକ୍ଷରୁ ଘୋଷଣା କରାଯାଇଛି । ଲେବାନନ୍‌ରେ ଘଟିଥିବା ବିସ୍ଫୋରଣ ପରେ ଏୟାର ଲାଇନ୍‌ ତତ୍ପରତା ପ୍ରକାଶ କରିଛି । କୌଣସି ଯାତ୍ରୀଙ୍କ ବ୍ୟାଗ୍‌ରୁ ଯଦି ଏଭଳି ଡିଭାଇସ୍‌ ମିଳେ ତେବେ ତାଙ୍କୁ ଦୁବାଇ ପୋଲିସକୁ ହସ୍ତାନ୍ତର କରାଯିବ ।  

ଗତ ମାସରେ ଲେବନନରେ ହୋଇଥିବା ପେଜର ଓ ଓ୍ବାକିଟକି ବିସ୍ଫୋରଣରେ ୩୭ ଜଣଙ୍କ ଜୀବନ ଯାଇଥିବା ବେଳେ ୩୦୦୦ରୁ ଅଧିକ ଆହତ ହୋଇଥିଲେ । ଏହି ବ୍ୟାନ ସହ ଇରାକ ଓ ଇରାନ୍‌କୁ ନିଜର ବିମାନ ଉଡ଼ାଣ ମଙ୍ଗଳବାର ଯାଏଁ ବାତିଲ କରିଛି ଏମିରେଟସ୍‌ । ସେହିଭଳି ଲେବାନନରୁ ଏବଂ ଲେବାନନକୁ ଉଡାଣ ଅକ୍ଟୋବର ୧୫ ପର୍ଯ୍ୟନ୍ତ ବାତିଲ କରିଦିଆଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.