ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ -୯ର ସଫଳ ଉତକ୍ଷେପଣ, ୨୦୨୬ରେ ପହଞ୍ଚିବ ଲକ୍ଷ୍ୟସ୍ଥଳରେ

ନୂଆଦିଲ୍ଲୀ,୦୮/୧୦: ଲଞ୍ଚ ହେଲା ‘ହେରା ମିଶନ’। ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ରେ ସଫଳ ଉତକ୍ଷେପଣ । ଅକ୍ଟୋବର ୭ ତାରିଖ ରୁ କେପ୍‌ କାନାଭରାଲ ସ୍ପେସ୍ ଷ୍ଟେସନରୁ ସକାଳ ସ୍ଥାନୀୟ ସମୟ ୧୦.୫୨ ମିନିଟରୁ ଫାଲକନ-୯ ରକେଟ୍ ଲଞ୍ଚ ହୋଇଛି । ଏହି ରକେଟ୍‌ ଦୁଇ ବର୍ଷ ପରେ ଅର୍ଥାତ୍ ୨୦୨୬ରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବ । 

ସୂଚନା ମୁତାବକ,ନାସାର ଡବଲ ଆଷ୍ଟରଏଡ୍‌ ରିଡାଇରେକ୍ସନ୍‌ ଟେଷ୍ଟ୍‌  ବା ଡାର୍ଟ ମିଶନ ପୃଥିବୀ ପ୍ରତି ବିପଦ ଗ୍ରହାଣୁର ଦିଗ ପରିବର୍ତ୍ତନର ଏକ ପଦ୍ଧତି ଆରମ୍ଭ କରି ଏକ  ନୂଆ ମାଇଲଖୁଣ୍ଟ ସ୍ଥାପନ କରିଥିଲା । କାଇନେଟିକ୍‌  ପ୍ରଭାବ ଜରିଆରେ ମହାକାଶରେ ଗ୍ରହାଣୁର ଗତିକୁ ବଦଳାଇବାରେ ଏହା ସଫଳ ହୋଇଥିଲା । ସେପ୍ଟେମ୍ବର  ୨୦୨୨ରେ ଏକ ସରଳ ଓ ଶସ୍ତା ମହାକାଶଯାନ ଡିଡିମୋସ୍‌ ଗ୍ରହାଣୁ ଓ ଏହାର  ପିରାମିଡ୍‌ ଆକାର ମୁନ୍‌ଲେଟ୍‌ ବା କ୍ଷୁଦ୍ର ଚନ୍ଦ୍ର  ଡିମୋର୍ଫୋସ୍‌ର ଦିଗକୁ ବଦଳାଇଥିଲା । ଏହାର ୨ ବର୍ଷ ପରେ ୟୁରୋପୀୟ ମହାକାଶ ଏଜେନ୍ସି ସେହି ଗ୍ରହାଣୁର ଅଧ୍ୟୟନ ଲାଗି  ‘ହେରା ମିଶନ’ ଲଞ୍ଚ୍‌ କରିଛି । 

ହେରା  ମହାକାଶଯାନର ଆକାର  ପ୍ରାୟ ଏକ ଛୋଟ କାର୍‌  ଭଳି। ଯାହାର ଓଜନ  ପ୍ରାୟ ୧,୦୮୧ କିଲୋ । ଡିମୋର୍ଫୋସ୍‌ ଉପରେ ନାସାର ଡାର୍ଟ ମିଶନର  ପ୍ରଭାବକୁ ଏହି ମିଶନ  ଅଧ୍ୟୟନ କରିବ ।  ଏଥିସହ ଦୁଇ ଗ୍ରହାଣୁ  ଉପରେ ଡାର୍ଟର କାର୍ଯ୍ୟାନୁଷ୍ଠାନର ପ୍ରଭାବକୁ  ଯାଞ୍ଚ୍‌ କରିବ। ଡିଡିମୋସ୍‌ ଓ ଡିମୋର୍ଫୋସ୍‌ ଭଳି  ଦ୍ୱେତ ଗ୍ରହାଣୁର ଅଧ୍ୟୟନ ପାଇଁ ଏହାକୁ ନିର୍ମାଣ କରାଯାଇଛି । ଅଦ୍ୟାବଧି ପରିଚିତ ସମସ୍ତ  ଗ୍ରହାଣୁର ୧୫ ପ୍ରତିଶତ ଦ୍ୱେତ । ତେଣୁ ଏହି  ଅନ୍ୱେଷଣରୁ ବୈଜ୍ଞାନିକ ଗ୍ରହାଣୁଙ୍କ ପ୍ରକୃତି ଓ  କାର୍ଯ୍ୟ ଉପରେ ଅଧିକ ଜ୍ଞାନ ହାସଲ କରିବେ ।




  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.