ପ୍ରମୂଖ ଖବର
  • ଭଞ୍ଜନଗର : ବ୍ରାହ୍ମଣପଦର ଗ୍ରାମରେ ହତ୍ୟାକାଣ୍ଡ, ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ବେଗୁନିଆପଡ଼ା : ପୂର୍ବ ଶତ୍ରୁତାରୁ ୨ ଭାଇଙ୍କୁ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଭାରସାମ୍ୟ ହରାଇ ଦଳବୋଝେଇ ଖାଲକୁ ଖସିଲା ଟ୍ୟାଙ୍କର୍‌, ଡ୍ରାଇଭର ମୃତ
  • ||
  • ତଣ୍ଡିକେରା ଛକରୁ ଦୁଇ ସନ୍ଦିଗ୍ଧଙ୍କୁ ଉଠାଇନେଲା ଚନ୍ଦନପୁର ପୁଲିସ, ଚାଲିଛି ପରିଚୟ ଖୋଜା
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ- ଇଣ୍ଡିଆନ୍ ମଧ୍ୟ ହେବ କଡ଼ା ଟକ୍କର, ନଜରରେ ପନ୍ତ, ରୋହିତଙ୍କ ବ୍ୟାଟିଂ
  • ||
  • ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠିକଣା, ୟୁନିଟ୍‌-୨ କ୍ୟାପିଟାଲ ନର୍ସରୀ ପାଖକୁ ଉଠିଯିବ
  • ||
  • ଯାଜପୁରରେ ଚାଞ୍ଚଲ୍ୟ, କର୍ମଜୀବୀ ମହିଳାଙ୍କୁ ହାତ ମୁହଁ ବାନ୍ଧି ଗଣଦୁଷ୍କର୍ମ ଅଭିଯୋଗ
  • ||
  • ଦିନିକିଆ ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିବେ
  • ||
  • ମୟୂରଭଞ୍ଜ : ଦୋକାନୀଙ୍କୁ ଠେଙ୍ଗାରେ ପିଟି ସୁନା ବ୍ୟାଗ୍‌ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ଭଦ୍ରକ : ପୋଲିସକୁ ଦେଖି ଫେରାର ହେବା ବେଳେ ଓଲଟିଲା ଗୋରୁ ଗାଡ଼ି, ଡ୍ରାଇଭର ସହ ୩ ଗୋରୁ ମୃତ
  • ||
  • ରବିବାରଠୁ ତାତିରେ ବିରତି: ୨ ତାରିଖ ଯାଏ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

Elon Musk: ଏଲନ୍ ମସ୍କଙ୍କ ‘ଟପ୍ ସିକ୍ରେଟ୍’ ନୋଟପ୍ୟାଡ୍; ସୋସିଆଲ୍ ମିଡିଆ ୟୁଜର୍ସମାନଙ୍କ ଭିତରେ ମିମସ ଓ କଟାକ୍ଷର ଝଡ଼

Published By : Bijay Swain | April 11, 2025 10:17 PM

Image courtesy: hindustan times

ନୂଆଦିଲ୍ଲୀ: ଟେକ୍ ମୋଗୁଲ୍ ତଥା ଟ୍ରମ୍ପ ପ୍ରଶାସନରେ ଡିପାର୍ଟମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି (ଡୋଜ୍)ର ମୁଖ୍ୟ ଏଲନ୍ ମସ୍କ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁଙ୍କୁ ଫେରିଛନ୍ତି। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ତାଙ୍କର ଏକ ହସ୍ତଲିଖିତ ନୋଟପ୍ୟାଡ୍ କୁ ନେଇ ହଇଚଇ ସୃଷ୍ଟି ହୋଇଛି। ତେବେ ଉକ୍ତ ନୋଟପ୍ୟାଡରେ “ଟପ୍ ସିକ୍ରେଟ୍!!” ବୋଲି ଲେଖାଯାଇଛି। ସୂଚନା ମୁତାବକ, ଏପ୍ରିଲ୍ ୧୦ ତାରିଖରେ ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାବିନେଟ୍ ବୈଠକ ସମୟରେ ଟେଲିଭିଜନରେ ମସ୍କଙ୍କ ସାମ୍ନାରେ ଏହି ନୋଟପ୍ୟାଡଟି ଥୁଆ ହୋଇଥିବା ଦେଖାଯାଇଥିଲା। ପରେ ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

କ’ଣ ଥିଲା ନୋଟପ୍ୟାଡରେ?

ନୀଳ କାଳିରେ ଲେଖାଯାଇଥିବା ଏହି ନୋଟ୍‌ରେ “ଟପ୍ ସିକ୍ରେଟ୍!!” ଲେଖାଯିବା ସହିତ ଦୁଇଥର ବିସ୍ମୟସୂଚକ ଚିହ୍ନର ବ୍ୟବହାର କରାଯାଇଥିଲା। ଏହା ଦେଖି ସାମାଜିକ ଗଣମାଧ୍ୟମ ୟୁଜର୍ସ ମାନେ ଗମାତରେ ମଗ୍ନ ହୋଇଯାଇଛନ୍ତି। କେହି କେହି ଏହାକୁ ମଜାକରେ ନେଇଛନ୍ତି, ତ ଆଉ କେହି ଏହା ପଛରେ କୌଣସି ଗୁପ୍ତ ଯୋଜନା ଥାଇପାରେ ବୋଲି କଳ୍ପନା କରୁଛନ୍ତି। ଏହାକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମିମସ ସହ କଣ୍ଟେଣ୍ଟ ସେୟାର କରିବାରେ ଲାଗିଛନ୍ତି। 

ସୋସିଆଲ୍ ମିଡିଆରେ ପ୍ରତିକ୍ରିୟା

ସାମାଜିକ ଗଣମାଧ୍ୟମ ଏକ୍ସ ପ୍ଲାଟଫର୍ମରେ ଏହି ଘଟଣାକୁ ନେଇ ୟୁଜର୍ସମାନଙ୍କ ମଧ୍ୟରେ ଗମାତ ଓ କଟାକ୍ଷ ଆରମ୍ଭ କରିଦେଇଛନ୍ତି। ଜଣେ ୟୁଜର୍ସ କଟାକ୍ଷ କରି ଲେଖିଛନ୍ତି, “ସବୁଠୁ ଗୁପ୍ତ ଜିନିଷ ବଲ୍ ପଏଣ୍ଟ ପେନ୍‌ରେ ଲେଖାଯାଏ!”। ଆଉ ଜଣେ ମନ୍ତବ୍ୟ ଦେଇ ଲେଖିଛନ୍ତି, “ଦୁଇଥର ବିସ୍ମୟସୂଚକ ଚିହ୍ନ—ଏହା ମାନେ ଏହା ନିଶ୍ଚିତ ଗୁପ୍ତ!”। ଅନ୍ୟ ଏକ ପୋଷ୍ଟରେ ଲେଖାଯାଇଛି, “ଆଗକୁ ଝଡ ଆସୁଛି!”। ଏହି ମନ୍ତବ୍ୟକୁ କେହି କେହି ହ୍ବାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟାରୀ କାରୋଲାଇନ୍ ଲିଭିଟ୍‌ଙ୍କ ଏକ ବୟାନ ସହ ଯୋଡ଼ିଛନ୍ତି। ଯେଉଁଠି ସେ ମସ୍କ ଓ ଟ୍ରମ୍ପଙ୍କ ବାଣିଜ୍ୟ ଉପଦେଷ୍ଟା ପିଟର ନାଭାରୋଙ୍କ ମଧ୍ୟରେ ଟାରିଫ୍ ନେଇ ବିବାଦକୁ “ବୟେଜ୍ ଅଲୱେଜ୍ ବୟେଜ୍” ବୋଲି କହିଥିଲେ।

ବୈଠକରେ ମସ୍କଙ୍କ ଘୋଷଣା

ଏହି ନୋଟପ୍ୟାଡ୍ ଘଟଣା ଛଡ଼ା, ବୈଠକରେ ମସ୍କ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଥିଲେ। ସେ କହିଥିଲେ ଯେ, ଡୋଜ୍ ମାଧ୍ୟମରେ ୨୦୨୬ ଆର୍ଥିକ ବର୍ଷରେ ୧୫୦ ବିଲିୟନ୍ ଡଲାର ସଞ୍ଚୟ କରାଯିବ ବୋଲି ସେ ଆଶାବାଦୀ ଅଛନ୍ତି। ଏହା ପୂର୍ବରୁ ସେ ୧ ଟ୍ରିଲିୟନ୍ ଡଲାର ସଞ୍ଚୟର ଲକ୍ଷ୍ୟ କଥା ମଧ୍ୟ ଉଲ୍ଲେଖ କରିଥିଲେ। ତେବେ, ଏହି ନୋଟପ୍ୟାଡ୍ ଘଟଣା ତାଙ୍କ ଏହି ଘୋଷଣାକୁ ଅଧିକ ସଂଶୟ ସୃଷ୍ଟି କରିଛି।

କାହିଁକି ଏତେ ଚର୍ଚ୍ଚା...?

ମସ୍କଙ୍କ ଏହି ନୋଟ୍ କେବଳ ଏକ ମଜାଦାର ଘଟଣା ନୁହେଁ ବରଂ ଏହା ଫ୍ରଣ୍ଟଲାଇନରେ ରହିବାର ଅପ୍ରତ୍ୟାଶିତ ଶୈଳୀର ଏକ ନମୁନା। ସୋସିଆଲ୍ ମିଡିଆରେ ଏହା ନେଇ ଚାଲିଥିବା ବୟାନବାଜି ଏହା ପ୍ରମାଣ କରୁଛି ଯେ, ମସ୍କଙ୍କ ପ୍ରତ୍ୟେକ କାର୍ଯ୍ୟ କିମ୍ବା ଅଙ୍ଗଭଙ୍ଗୀ ଲୋକଙ୍କ ନଜରରେ ରହୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.