ନୂଆଦିଲ୍ଲୀ,୨୬/୦୪: ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କୀ ହମଲାକୁ ନେଇ ସବୁଠି କ୍ରୋଧର ନିଆଁ ଜଳୁଛି । ପ୍ରତିଶୋଧ ନିଆଁରେ ଜଳୁଛନ୍ତି ଦେଶବାସୀ । ଏହି ଆକ୍ରମଣକୁ ନେଇ ବିଦେଶରେ ବି ବିରୋଧ ପ୍ରଦର୍ଶନ ହୋଇଛି । ସାରା ବିଶ୍ୱରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ପାକିସ୍ତାନ ବିରୋଧରେ ଆକ୍ରୋଶ ଦେଖିବାକୁ ମିଳିଛି । ଲଣ୍ଡନରେ ରହୁଥିବା ପ୍ରବାସୀ ଭାରତୀୟ ପହଲଗାମ ଆତଙ୍କୀ ଆକ୍ରମଣ ବିରୋଧରେ ପ୍ରଦର୍ଶନ କରିଥିଲେ । ଲଣ୍ଡନ ସ୍ଥିତ ପାକିସ୍ତାନ ହାଇକମିଶନ ବାହାରେ ଜୋରଦାର ନାରାବାଜି କରିଛନ୍ତି । ଏହାପରେ ପାକିସ୍ତାନ ଦୂତାବାସ ଆତଙ୍କୀ ଇଙ୍ଗିତ କରୁଥିବା ଦେଖିବାକୁ ମିଳିଛି ।
ଲଣ୍ଡନ ସ୍ଥିତ ପାକିସ୍ତାନ ହାଇକମିଶନ ବାହାରେ ଗର୍ଜନ କରିଛନ୍ତି ପ୍ରବାସୀ । ନାରାବାଜି ଦେବା ସହ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ପହଲଗାମ ଆତଙ୍କୀ ଆକ୍ରମଣକୁ ନିନ୍ଦା କରିଛନ୍ତି । ହାତରେ ଭାରତୀୟ ପତାକା, ବ୍ୟାନର ଓ ପ୍ଲାକାର୍ଡ ଧରି ନିରୀହ ଭାରତୀୟଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ପୀଡ଼ିତାଙ୍କ ନ୍ୟାୟ ଦାବି କରିଛନ୍ତି ପ୍ରବାସୀ ଭାରତୀୟ । ଲଣ୍ଡନସ୍ଥିତ ପାକିସ୍ତାନ ହାଇକମିଶନ ବାହାରେ ବିକ୍ଷୋଭକାରୀମାନେ ଆତଙ୍କବାଦ ବିରୋଧରେ ସ୍ଲୋଗାନ ଦେବା ସହ ଆକ୍ରମଣ ପାଇଁ ଦାୟୀ ଆତଙ୍କବାଦୀ ସଗଂଠନକୁ ସମର୍ଥନ ନେଇ ପାକିସ୍ତାନକୁ ସମାଲୋଚନା କରିଛନ୍ତି । 'ଭାରତ ମାତା କି ଜୟ' ଓ 'ପାକିସ୍ତାନ ମୁର୍ଦ୍ଦାବାଦ' ସ୍ଲୋଗାଲ ଦେବା ସହ 'ମୁଁ ହିନ୍ଦୁ' ଲେଖାଥିବା ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଭାରତୀୟ ।
लंदन में भारतीय लोग पाकिस्तानी दुतावास के बाहर पहलगाम हमले के खिलाफ प्रदर्शन कर रहे थे
— Sachin Panwar (@ChowdharyPanwar) April 26, 2025
तब कर्नल तैमूर राहत जो ब्रिटेन में पाकिस्तान का मिलिट्री अटैशे है उसने दूतावास की बालकनी पर आकर भारतीयों को अभिनंदन की तस्वीर लेकर उनका गला काटने का इशारा किया #PahalgamTerroristAttack pic.twitter.com/tY7f17cUQb
'ଭାରତୀୟଙ୍କ ବେକ କାଟିବାକୁ ଧମକ' - ପହଲଗାମ ହମଲା ବିରୋଧରେ ପ୍ରଦର୍ଶନ ବେଳେ ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଆତଙ୍କୀ ବ୍ୟବହାର କରିଥିବା ଦେଖିବାକୁ ମିଳିଛି । ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଫଟୋ ହାତରେ ଧରି ଭାରତୀୟଙ୍କ ବେକ କାଟି ଦେବାକୁ ଧମକ ଦେଇଛନ୍ତି ପାକ୍ ଦୂତାବାସ ଅଧିକାରୀ । ଲଣ୍ଡନ ହାଇକମିଶନଙ୍କ କାର୍ଯ୍ୟାଳୟ ଆଗରେ ପ୍ରବାସୀ ଭାରତୀୟ ପ୍ରତିବାଦ କରୁଥିବା ବେଳେ ପାକିସ୍ତାନ ଦୂତାବାସ ଏହି ପ୍ରକାର ଆତଙ୍କୀ ଇଙ୍ଗିତ କରିଥିଲେ । ଏପରି କରିବା ପାକ୍ର ଅସଲ ଚେହେରାକୁ ପଦାରେ ପକାଇଛି । ଆଗକୁ ଏହା ପାକିସ୍ତାନକୁ ମହଙ୍ଗା ପଡିପାରେ ।