ନୂଆଦିଲ୍ଲୀ,୨୬/୦୪:ୟୁକେର ପଶ୍ଚିମ ମିଡଲ୍ୟାଣ୍ଡସ୍ରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ନିଜର ଚୋରି ହୋଇଥିବା ଗାଡ଼ିକୁ କିଣିଲେ ଜଣେ ସଫ୍ଟୱେର୍ ଇଞ୍ଜିନିୟର । ୨୦ ଲକ୍ଷ ଟଙ୍କା ଦେଇ ସେ ଏହି କାର୍ କିଣିଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ଗତ ଫେବୃଆରୀ ମାସରେ ଇଭାନ ଭାଲେଣ୍ଟାଇନ ନାମକ ଜଣେ ସଫ୍ଟୱେର୍ ଇଞ୍ଜିନିୟରଙ୍କ କଳା ହୋଣ୍ଡା ସିଭିକ୍ ଚୋରି ହୋଇଯାଇଥିଲା। ଯାହା ବିଷୟରେ ସେ ପୋଲିସକୁ ଜଣାଇଥିଲେ। ହେଲେ ବହୁତ ଖୋଜାଖୋଜି ପରେ ମଧ୍ୟ ତାହା ମିଳିନଥିଲା। ଯାହାକୁ ନେଇ ବୀମା କମ୍ପାନୀ ଦେୟ ଦେବାକୁ ରାଜି ହୋଇଥିଲା। ଯାହା ପରେ ସେ ଦ୍ୱିତୀୟ କାର କିଣିବା ପାଇଁ ଚିନ୍ତା କଲେ। ସେ ଆଉ ଏକ କଳା ହୋଣ୍ଡା ସିଭିକ୍ ଦେଖି ୨୦ଲକ୍ଷ ଟଙ୍କାରେ କିଣିଲେ ।ହେଲେ ପରେ କାରଟିକୁ ପୂରା ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲେ ଯେ ପ୍ରକୃତରେ ସେହି କାର୍ ତାଙ୍କର ଚୋରି ହୋଇଥିବା କାର୍ ବୋଲି ।
ସେ ଏନେଇ କହିଛନ୍ତି ଯେ, ଗାଡିରେ କିଛି ଅଜବ ଜିନିଷ ଥିଲା,ଯେପରିକି ଏକ ତମ୍ବୁ ପେଗ୍ ଏବଂ କିଛି ଖ୍ରୀଷ୍ଟମାସ ଗଛ ପିନ୍ ଏବଂ ମାର୍ ବାର ରାପର। ଯାହାକୁ ସେ ସଫା କରି ନଥିଲେ। ଏହା ପରେ ସେ କହିଲେ ଯେ ଏସବୁ ମୋ ଗାଡ଼ିରେ ଥିବା ପରି ଥିଲା। କାରଟିରେ ନୂତନ ନମ୍ବର ପ୍ଲେଟ୍ ଏବଂ କମ୍ ମାଇଲେଜ୍ ଥିବା ସତ୍ତ୍ୱେ, ପରେ ସେ ବିଲ୍ଟ-ଇନ୍ ନାଭିଗେସନ୍ ସିଷ୍ଟମର ଇତିହାସରେ ତାଙ୍କ ଏବଂ ତାଙ୍କ ପିତାମାତାଙ୍କ ଠିକଣା ଖୋଜିବା ପରେ ତାଙ୍କର ସନ୍ଦେହ ଦୃଢ଼ ହୋଇଥିଲା। ଏହା ପରେ ସେ କହିଲେ ଯେ ସତ କହିବାକୁ ଗଲେ ମୁଁ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଗଲି। ମୋ ହାତ ଥରୁଥିଲା। ସେ ଆହୁରି ମଧ୍ୟ କହିଥିଲେ ଯେ,ମୋର ଏକ ଅଂଶ କିଛି ମୁହୁର୍ତ୍ତ ପାଇଁ ବିଜୟୀ ଅନୁଭବ କଲା ।