ପ୍ରମୂଖ ଖବର
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ସ୍ପେକ୍ଟ୍ରମ ନିଲାମୀକୁ ନେଇ ଏଲନ୍ ମସ୍କ ଓ ଅମ୍ବାନୀଙ୍କ ମଧ୍ୟରେ ବିବାଦ, ସରକାରଙ୍କୁ ନେବାକୁ ପଡିଲା ଏହି ନିଷ୍ପତ୍ତି

ନୂଆଦିଲ୍ଲୀ,୧୬।୧୦: ଭାରତରେ ସାଟେଲାଇଟ୍ ଇଣ୍ଟରନେଟ୍‌ ଓ କମ୍ୟୁନିକେସନ୍କୁ ନେଇ ଗତ କିଛି ଦିନ ହେବ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାୟନ୍ସ ଜିଓ ଏବଂ ଆମେରିକୀୟ ଅରବପତି ଏଲନ୍‌ଙ୍କ ମଧ୍ୟରେ କୋଲ୍ଡଓ୍ବାର ଦେଖିବାକୁ ମିଳିଛି। ଏହାପରେ ସରକାରଙ୍କ ପକ୍ଷରୁ ଏହି ପକ୍ରିୟାକୁ ନେଇ ନିଆଯାଇଛି ବଡ଼ ନିଷ୍ପତ୍ତି। ଏଲନ୍‌ ମସ୍କ ବର୍ତ୍ତମାନର ନିଲାମୀ ପକ୍ରିୟା ଉପରେ ଆପତ୍ତି ପ୍ରକାଶ କରିଥିଲେ। ଏହାପରେ ଦୂରସଞ୍ଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଘୋଷଣା କରିଛନ୍ତି ଯେ, ସାଟେଲାଇଟ୍‌ ବ୍ରଡବ୍ୟାଣ୍ଡ ପାଇଁ କୌଣସି ନିଲାମୀ ରହିବନି।

ରିଲାୟନ୍ସ ଇଣ୍ଡଷ୍ଟ୍ରୀଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଓ ଭାରତୀ ଏୟାରଟେଲ୍‌ର ଚେୟାରମ୍ୟାନ୍ ସୁନୀଲ ଭାରତୀ ମିତ୍ତଲ ସ୍ପେକ୍ଟ୍ରମ ନିଲାମୀକୁ ଠିକ୍ ବୋଲି କହିଥିଲେ। କିନ୍ତୁ ଆମେରିକାର ଅରବପତି ଏଲନ୍‌ ମସ୍କ ଏହି ପକ୍ରିୟାକୁ ଭୁଲ ବୋଲି କହିବା ସହ ମନା କରିଦେଇଥିଲେ। ମସ୍କ ଭାରତରେ ନିଲାମୀର ଏହି ପକ୍ରିୟାକୁ ସମାଲୋଚନା କରିଥିଲେ ଓ କହିଥିଲେ ଭାରତକୁ ଗ୍ଲୋବାଲ ନିୟମ ପାଳନ କରିବା ଦରକାର। ଆଗକୁ ଏଲନ୍ ମସ୍କ ମଧ୍ୟ ଭାରତୀୟ ଟେଲିକମ୍‌ ସେକ୍ଟରରେ ନିଜ କମ୍ପାନୀ ଷ୍ଟାରଲିଙ୍କ ସହ ଏଣ୍ଟ୍ରି କରିବାର ଚେଷ୍ଟାରେ ଅଛନ୍ତି। 

ଭାରତୀୟ ଟେଲିକମ୍ ମିନିଷ୍ଟର ଜ୍ୟୋତିରାଦିତ୍ୟ ସିନ୍ଧିଆ ଏଲନ୍‌ ମସ୍କ ଓ ଭାରତର ଟେଲିକମ୍‌ କମ୍ପାନୀ ମଧ୍ୟରେ ବିବାଦ ଭିତରେ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି, ସାଟେଲାଇଟ୍ ବ୍ରଡବ୍ୟାଣ୍ଡ ପାଇଁ ସ୍ପେକ୍ଟ୍ରମ୍ ଆବଣ୍ଟନର କୌଣସି ନିଲାମୀ ଜରିଆରେ ହେବନି,ବଂର ଆଡମିନଷ୍ଟେଟିଭ୍‌ ପଦ୍ଧତିରେ କରାଯିବ। ଅର୍ଥାତ କମ୍ପାନୀକୁ ନିଜ ପସନ୍ଦଯୋଗ୍ୟ ସ୍ପେକ୍ଟ୍ରମ୍ କିଣିବା ପାଇଁ ଅଧିକରୁ ଅଧିକ ଟଙ୍କା ନିଲାମ ଡାକିବାର ବିକଳ୍ପ ରହିବନି ଓ ସରକାର ନିର୍ଦ୍ଧାରିତ କରିବେ ଯେ, ସ୍ପେକ୍ଟ୍ରମ୍ କିଭଳି ସେୟାର କରାଯିବାର ଅଛି। ଏଲନ୍‌ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ ସ୍ପେକ୍ଟ୍ରମ୍‌ର ଆଡମିନଷ୍ଟେ୍ରଟିଭ୍ ଆବଣ୍ଟନର ସମର୍ଥନ କରୁଛି ଓ ଆମାଜନ୍ କୁପନ ଭଳି ବହୁ କମ୍ପାନୀ ଏହି ଗ୍ଲୋବାଲ ପଦ୍ଧିତିର ସପକ୍ଷରେ ଅଛନ୍ତି।  

ମସ୍କ ଆପତ୍ତି ପ୍ରକାଶ କରି କହିଥିଲେ, ୟୁନାଇଟେଡ୍ ନେସନ୍‌ର ଏଜେନ୍ସି ଇଣ୍ଟରନ୍ୟାସନାଲ ଟେଲିକମ୍ୟୁନିକେସନ୍ ୟୁନିୟନ(ଆଇଟିୟୁ) ସାଟେଲାଇଟ୍‌ ସ୍ପେକ୍ଟ୍ରମକୁ ସେୟର କରି ନୋମିନେଟ୍‌ କରିବାର କଥା କହିଛି। ଭାରତ ମଧ୍ୟ ଆଇଟିୟୁର ସଦସ୍ୟ ରହିଛି, ଏଭଳି ସ୍ଥିତିରେ ସ୍ପେକ୍ଟ୍ରମର ନିଲାମୀର କୌଣସି ଅର୍ଥ ନାହିଁ। ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାୟନ୍ସ ଜିଓର କହିବା ଅନୁସାରେ, ସେ ବସୁ ଟେଲିକମ୍ ଅପରେଟର୍ସଙ୍କ ପାଇଁ ସମାନ ଅବସର ସୁନିଶ୍ଚିତ କରିବାକୁ ଚାହେଁ ଓ ଏଥିପାଇଁ ନିଲାମୀ ପକ୍ରିୟାର ପକ୍ଷରେ ଅଛି। ଭାରତୀ ଏୟାରଟେଲ୍‌ର ଚେୟାରମ୍ୟାନ୍‌ ମଧ୍ୟ କହିଛନ୍ତି ଯେ, ନିଲାମୀର ପକ୍ରିୟା ଭଲ, କାରଣ ଯେଉଁ ସାଟେଲାଇଟ୍ କମ୍ପାନୀ ସହର କ୍ଷେତ୍ରକୁ ଆସିବାର ପ୍ରସ୍ତୁତି କରୁଛନ୍ତି, ତାଙ୍କୁ ମଧ୍ୟ ଅନ୍ୟଭଳି ଟେଲିକମ୍ ସ୍ପେକ୍ଟ୍ରମ କିଣିବାର ଦରକାର। ମସ୍କ ଲଗାତାର ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସରେ ନିଲାମୀ ପକ୍ରିୟାକୁ ନେଇ କଟାକ୍ଷ କରୁଥିଲେ ଓ ଏହାର ସମାଲୋଚନା କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.