ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବିଦ୍ୟୁତ୍ ଆଘାତରେ ହାତୀ ମୃତ

Published By : Rasmita Pradhan | June 24, 2025 1:01 PM

ବନ୍ତଳା, ୨୪/୦୬ : ବିଦ୍ୟୁତ୍ ଆଘାତରେ ହାତୀ ମୃତ। ଅନୁଗୁଳ ଜିଲ୍ଲା ସାତକୋଶିଆ ବନଖଣ୍ଡ ଅନ୍ତର୍ଗତ କୁଲାଙ୍ଗୀ ଗାଁରେ ଏକ ବଗିଚାରେ ଫସଲ ସୁରକ୍ଷା ପାଇଁ ଘେରାଯାଇଥିବା ସୋଲାର ବାଡ଼ରେ ଲାଗି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ହାତୀଟିର ବୟସ ୧୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। 

ପ୍ରାଥମିକ ତଦନ୍ତ ଅନୁଯାୟୀ, ସୋମବାର ମଧ୍ୟରାତିରେ ଖାଦ୍ୟ ଅନ୍ଵେଷଣରେ ଏକ ହାତୀ ସାତକୋଶିଆ ବନଖଣ୍ଡ ଅନ୍ତର୍ଗତ କୁଲାଙ୍ଗୀ ଗାଁକୁ ଚାଲି ଆସିଥିଲା। ଗାଁର ଏକ ବଗିଚାରେ ଫସଲ ସୁରକ୍ଷା ପାଇଁ ଘେରାଯାଇଥିବା ସୋଲାର ବାଡ଼ରେ ଲାଗି ହାତୀଟିର ମୃତ୍ୟୁ ହୋଇଥିଲା। ସକାଳୁ ଗ୍ରାମବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପାଟ୍ରୋଲିଂ ଟିମ୍ ଓ ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.