ସମ୍ବଲପୁର,୨୪/୦୫: ସମ୍ବଲପୁର ବନଖଣ୍ଡରେ ପୁଣି ହାତୀ ମୃତ୍ୟୁ ଘଟିଛି । ଯୁଯୁମୁରା ବ୍ଲକ୍ ସଦର ରେଞ୍ଜରୁ ହାତୀ ଶାବକ ମୃତଦେହ ଉଦ୍ଧାର ହୋଇଛି। ଝାଙ୍କରପାଲି ସେକ୍ସନ ମୁଣ୍ଢେର ହାଲୁଖୁଲିଆ ନିକଟରୁ ଶନିବାର ଏକ ହାତୀ ଛୁଆର ମୃତଦେହ ଠାବ ହୋଇଛି । ମୃତଦେହଟି ୩ରୁ ୪ ଦିନ ତଳର ବୋଲି ଅନୁମାନ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି ।
ସୂଚନା ମୁତାବକ, ସମ୍ବଲପୁର ବନଖଣ୍ଡ ହାତୀ ମୃତ୍ୟୁ ଯନ୍ତାରେ ପରିଣତ ହୋଇଛି। ଗତ କିଛି ବର୍ଷ ହେଲା ନିୟମିତ ଭାବେ ହାତୀଙ୍କ ଜୀବନ ଯାଉଛି । ଶନିବାର ସମ୍ବଲପୁର ବନଖଣ୍ଡ ଝାଙ୍କରପାଲି ସେକ୍ସନ ମୁଣ୍ଢେର ହାଲୁଖୁଲିଆ ନିକଟରୁ ଏକ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ୩ରୁ ୪ ଦିନ ତଳର ବୋଲି ଅନୁମାନ କରାଯାଉଛି । ଏ ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି ।
କହିରଖୁ କି, ସଦର ରେଞ୍ଜରେ ହାତୀ ମୃତ୍ୟୁ ନୂଆ ନୁହେଁ । ଚଳିତ ବର୍ଷ ଏହା ତୃତୀୟ ହାତୀ ମୃତ୍ୟୁ ଘଟଣା । ଗତ ଜାନୁଆରୀ ୨୯ ତାରିଖରେ ସଦର ରେଞ୍ଜ ଯାଦୁଲୁଇସିଂହ ଜଙ୍ଗଲରୁ ଗୋଟିଏ ୨୦ ବର୍ଷର ଦନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଏହାର ଠିକ୍ ୩ ଦିନ ପୂର୍ବରୁ ବିଦ୍ୟୁତ୍ ଆଘାତରେ ସେହି ସଦର ରେଞ୍ଜ ଖସୁଆ ପାଲି ଲଭଡେରା ବୋଲଙ୍ଗା ସଂରକ୍ଷିତ ଜଙ୍ଗଲରୁ ଆଉ ଏକ ହାତୀର ମୃତଦେହ ଠାବ କରାଯାଇଥିଲା। ଅଧିକାଂଶ ଘଟଣାରେ ହାତୀକୁ ବିଦ୍ୟୁତ୍ ଆଘାତ ଦେଇ ହତ୍ୟା କରାଯାଉଛି। ଏହା ସତ୍ତ୍ୱେ ବନ ବିଭାଗ କୌଣସି ଠୋସ ପଦକ୍ଷେପ ଗ୍ରହଣ କରୁନଥିବାରୁ ହାତୀ ମୃତ୍ୟୁ ହାର ବଢ଼ିଚାଲିଛି। ଯାହାକି ଉଦବେଗଜନକ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି।