ରେଢ଼ାଖୋଲ,୨୪/୦୫: ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରୁ ୩୪ଖଣ୍ଡ କାଠ ଏକ ସୁସଜ୍ଜିତ ଟ୍ରକରେ ପୁରୀ ପଠାଯାଇଛି। ରେଢ଼ାଖୋଲ ବନଖଣ୍ଡର ଲଣ୍ଡାକୋଟ ସଂରକ୍ଷିତ ଜଙ୍ଗଲ ବ୍ରହ୍ମପୁରା ଜଙ୍ଗଲରୁ ୧୦ ଖଣ୍ଡ ଧଉରା ଓ ୨୪ଖଣ୍ଡ ଅସନ କାଠ ପଠାଯାଇଛି। କାଠ ବୋଝେଇ ଟ୍ରକକୁ ଚାରମାଳ ଠାରେ ପୁଜାର୍ଚ୍ଚନା କରାଯାଇ ଗ୍ରାମରେ ପରିକ୍ରମା କରିବା ପରେ ଟ୍ରକ୍ଟି ପୁରୀ ଅଭିମୁଖେ ଯାତ୍ରା କରିଥିଲା।
ସମସ୍ତ କାର୍ଯ୍ୟକ୍ରମକୁ ଚରମାଳ ରେଞ୍ଜ ଅଧିକାରୀ ଦର୍ଶନିଆ ଭୋଇ ପରିଚାଳନା କରି ଥିବା ବେଳେ ସମସ୍ତ ବନ କର୍ମଚାରୀ ସହ ଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଚାରମାଳ ସମେତ ଆଖ ପାଖ ଅଞ୍ଚଳର ବହୁ ଜଗନ୍ନାଥ ପ୍ରେମୀ ଯୋଗ ଦେଇଥିଲେ।