ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଶୋଇଥିବା ବେଳେ ଦଳିଦେଲା ହାତୀ, ୩ ମୃତ ୩ ଆହାତ

ପଦ୍ମପୁର ୧୮/୦୬: ପଦ୍ମପୁର ଉପଖଣ୍ଡ ପାଇକମାଲ ରେଞ୍ଜ ଝାରବନ୍ଧ ଥାନା ସଲଡିହି ଗ୍ରାମରେ ଗତ ବିଳମ୍ବିତ ରାତିରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଶୋଇଥିବା ବେଳେ ହାତୀ ଆକ୍ରମଣରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଅଛନ୍ତି। 

ମିଳିଥିବା ସୂଚନା ଅନୁସାରେ, ସଲଡିହି ଗ୍ରାମର ବିପିନ ବରିହା ଓ ତାଙ୍କ ପରିବାର ଘର ପଛ ପଟେ ଶୋଇଥିବା ବେଳେ ତିନିଗୋଟି ହାତୀ ଗୋଠଛଡା ହୋଇ ଖାଦ୍ୟ ଅନ୍ବେଷଣରେ ଆସିଥିଲେ। ଏହି ସମୟରେ ତିନିଜଣଙ୍କୁ ଜୀବନରୁ ମାରି ଦେଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଅଛନ୍ତି । ହାତୀ ଆକ୍ରମଣରେ ବିପିନଙ୍କ ସ୍ତ୍ରୀ ପାନ ବରିହା, ଦଶ ବର୍ଷୀୟ ଝିଅ  ସୁନନ୍ଦା ବରିହା ଓ ତିନି ବର୍ଷୀୟ ପୁଅ ଆଦିତ୍ଯ ବରିହାଙ୍କ ମୃତ୍ଯୁ ହୋଇଥିବା ବେଳେ ବିପିନ ବରିହା ଓ ତାଙ୍କ ସାତ ବର୍ଷୀୟ ପୁଅ ମଣ୍ଟୁ ବରିହା ଏବଂ ୬୫ ବର୍ଷୀୟ ଜଟିଆ ବରିହା ଗୁରୁତର ଅଛନ୍ତି । ତେବେ ଏ ଅଞ୍ଚଳରେ ହାତୀ ଥିବା ନେଇ ବନ ବିଭାଗ ପକ୍ଷରୁ ଲୋକଙ୍କୁ ଅବଗତ କରାଯାଇ ନାହିଁ । ଘଟଣା ସ୍ଥଳରେ ବନବିଭାଗ ଓ ପୋଲିସ ପହଞ୍ଚି ଯାଞ୍ଚ କରୁଛନ୍ତି । 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.