ପ୍ରମୂଖ ଖବର
  • ICCର ଗ୍ରୀନ୍ ସିଗନାଲ: ୩୪ ଓଭର ପରେ ଗୋଟିଏ ବଲ୍, ୫ ବ୍ୟାକଅପ୍ ପ୍ଲେୟାର, କ୍ରିକେଟରେ ବଦଳିବ ନିୟମ
  • ||
  • 'ଆତଙ୍କୀ ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ସେମାନଙ୍କ ବିନାଶ ହେଲା': ପ୍ରଧାନମନ୍ତ୍ରୀ
  • ||
  • ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରି ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଦେବାକୁ କଂଗ୍ରେସର ଦାବି, ଜୁନ୍ ୧୦ ସୁଦ୍ଧା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ
  • ||
  • ଉତ୍ତରପୂର୍ବ ରାଜ୍ୟରେ ପ୍ରକୃତି କୋପ; ଘରେ ପଶିଲା ପାଣି- ବୁଡ଼ିଲା ଗାଡ଼ି, ୩ ମୃତ
  • ||
  • କରୋନା ଆତଙ୍କ; ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ, ୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର, ବଜାର ଏବଂ ଜନ ବନତିରେ ମାଡ଼ିଗଲା ପାଣି
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ, ଆମର ଭାବାବେଗ କୋଟିଆବାସୀଙ୍କ ସହ ଜଡ଼ିତ- ଧର୍ମେନ୍ଦ୍ର ପ୍ରଧାନ

Published By : Prameya | May 23, 2025 11:51 AM

ଭୁବନେଶ୍ୱର,୨୩/୦୫: କୋଟିଆର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ୧୬ଜଣିଆ କମିଟି ଗଠନକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  କହିଛନ୍ତି ଯେ, କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ । କୋଟିଆବାସୀଙ୍କ ସହ ଆମର ଭାବାବେଗ ଜଡ଼ିତ ରହିଛି। 

କେନ୍ଦ୍ରମନ୍ତ୍ରୀ ଏକ୍ସରେ ଆହୁରି ମଧ୍ୟ କହିଛନ୍ତି , କୋରାପୁଟ ଜିଲ୍ଲା କୋଟିଆ ଗ୍ରାମ ସମୂହର ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ କରିବା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସୁବିଧା କୋଟିଆ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଓଡ଼ିଶା ସରକାର, ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ୧୬ଜଣିଆ କମିଟି ଗଠନ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ସେ କହିଛନ୍ତି, ଓଡ଼ିଶାର ସୀମାକୁ ଭୌଗୋଳିକ ଓ ସାଂସ୍କୃତିକ ରୂପେ ସୁରକ୍ଷିତ ରଖିବାର ସଂକଳ୍ପନା ନେଇ ମୁଁ ପୂର୍ବରୁ କୋଟିଆ ଗସ୍ତରେ ଯାଇଥିଲି । କୋଟିଆର ସ୍ଥାୟୀ ସମାଧାନ ପାଇଁ ଅନେକ ଥର ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ ଅନୁରୋଧ କରିଛି । ଅନୁରୋଧ ଓ ଦାବି ସତ୍ତ୍ୱେ ପୂର୍ବ ସରକାର ଏହି ବିଷୟରେ କର୍ଣ୍ଣପାତ କରିନଥିଲେ । ରାଜ୍ୟ ସରକାର ନେଇଥିବା ଏହି ପଦକ୍ଷେପ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଡବଲ ଇଞ୍ଜିନ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲାଭ ପାଇବେ । ଆମ ଓଡ଼ିଆ ଭାଷା, ସଂସ୍କୃତି, ଅସ୍ମିତା, ସାହିତ୍ୟ, ପରମ୍ପରା ଓ ପର୍ବପର୍ବାଣୀର ପ୍ରଚାର ପ୍ରସାର ହେବ । ରାଜ୍ୟର ଭୌଗୋଳିକ ସୀମା ସୁରକ୍ଷିତ ରହିବ । କୋଟିଆବାସୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଯୋଡ଼ିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ଧର୍ମେନ୍ଦ୍ର ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.