ନାରାୟରପାଟଣା, ୨୯।୫ : ଆନ୍ଧ୍ରପ୍ରଦେଶର ମାକ୍କୁବା ଅଞ୍ଚଳରୁ ନାରାୟଣପାଟଣାକୁ ଯାଉଥିବା ଏକ ଇଟା ବୋଝେଇ ଟିପ୍ପର ବାଗାମ ଗ୍ରାମ ନିକଟରେ ଓଲଟି ପଡ଼ିବାରୁ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆନ୍ଧ୍ରପ୍ରଦେଶର ମାକ୍କୁବା ଅଞ୍ଚଳରୁ ନାରାୟଣପାଟଣାକୁ ଏକ ଇଟା ବୋଝେଇ ଟିପ୍ପର ଯାଉଥିଲା। ନାରାୟଣପାଟଣା ଥାନା ବାଗାମ ଗ୍ରାମ ନିକଟରେ ଗାଡିଟି ଓଲଟି ପଡିଥିଲା। ଟିପ୍ପର ତଳେ ୪ ଶ୍ରମିକ ସହ ଡ୍ରାଇଭର ଚାପି ହୋଇ ରହିଯାଇଥିଲା। ଦମକଳ ବାହୀନି ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇଥିଲା। I ସମସ୍ତ ଆହତ ମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସମସ୍ତେ ଗୁରୁତର ଥିବା ଜଣାଯାଇଛି I