ପ୍ରମୂଖ ଖବର
  • Shangri-la-dialogue: CDS କହିଦେଲେ ଆତଙ୍କୀଙ୍କ ରେଡ଼ ଲାଇନ୍, ଜାଣନ୍ତୁ କଣ କହିଲେ ପାକିସ୍ତାନ ଜେନେରାଲ
  • ||
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ସ୍ୱଳ୍ପ ବର୍ଷାରେ ଧୋଇ ହେଇଗଲା ନୂଆ ପିଚୁ ସଡକ; ନିମ୍ନ ମାନର ରାସ୍ତା କାମ ହୋଇଥିବା ନେଇ ଗ୍ରାମବାସୀ ଆଣିଲେ ଅଭିଯୋଗ

Published By : Bijay Swain | May 30, 2025 7:48 PM

ଦଶମନ୍ତପୁର, ୩୦/୫: ମାସେ ମଧ୍ୟ ଗଲାନି, ସ୍ବଳ୍ପ ବର୍ଷା ପାଣିରେ ଧୋଇ ହେଇଗଲା ନିମ୍ନ ମାନର ପିଚୁ ରାସ୍ତା। ବ୍ୟୟ ହୋଇଥିବା ୩୭ ଲକ୍ଷ ଟଙ୍କା ପାଣିରେ ପଡ଼ିଲା। ଏଭଳି ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଏ ମାଲକାନଗିରି ପଞ୍ଚାୟତ ଅଧିନସ୍ଥ ଯୋଗିମାଳିଗୁଡା ଗ୍ରାମ ବାସୀ। 

ସୂଚନା ମୁତାବକ, ଉକ୍ତ ଗାଁରେ ୪୦ ମାଳି ସମ୍ପ୍ରଦାୟର ପରିବାର ଲୋକ ବସବାସ କରନ୍ତି। ଜୀବିକା କହିଲେ ପରିବା ଚାଷ। ଦିର୍ଘ ବର୍ଷଠାରୁ ପିଚୁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରି ଆସୁଥିଲେ। କିନ୍ତୁ କୈାଣସି ସୁଫଳ ମିଳୁ ନଥିଲା। ଫଳରେ ଗତ ବର୍ଷ କାଦୁଅ ରାସ୍ତାରେ ଧାନ ତଳି ରୋଇ, ରାସ୍ତା ପାଇଁ ପ୍ରତିବାଦ କରିଥିଲେ। ତେବେ ଏହି ଗାଁକୁ ପିଚୁ ରାସ୍ତାର ଅତ୍ୟନ୍ତ ଆବଶ୍ୟକ ଥିଲା। ଅନ୍ୟପଟେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏକ ଗାଁ ନିକଟରେ ଚେକ୍ ଡ଼୍ୟାମ ନିର୍ମାଣ ହୋଇଛି। ଏହି ଚେକ୍ ଡ଼୍ୟାମରେ ଖର୍ଚ୍ଚ କରିବା ଲାଗି ଟଙ୍କା ମଂଜୁର ହୋଇଥିଲା। ‌ତେଣୁ ସେହି ଟଙ୍କାକୁ ରାସ୍ତା ନିର୍ମାଣ ପାଇଁ କୁହାଗଲା, ଏଥିରେ ଜଣେ ଠିକାଦାରଙ୍କୁ ୩୭ ଲକ୍ଷ ଟଙ୍କା ବ୍ୟୟରେ ଆର୍ ଡି ରାସ୍ତାର ଆଦର୍ଶ ସ୍କୁଲ ଛକ ଠାରୁ ଗାଁ ଦେଇ ଚେକ୍ ଡ଼୍ୟାମ ପର୍ଯ୍ୟନ୍ତ ଦେଢ କିମି ଦୂର ରାସ୍ତା କାମ ଆରମ୍ଭ ହେଲା। ଏଥିରେ ଗାଁ ଲୋକ ଶୋଇଥିବା ଅବସ୍ଥାରେ, ଠିକାଦାର ବାବୁ ମାନେ ରାସ୍ତା ଉପରେ ବିନା ଫାଇମର, ପିଚୁରେ   ପିଚୁ ଢଳେଇ କରି ସକାଳ ସୁଦ୍ଧା କାମ ସାରି ଦେଲେ। ଗାଁ ଲୋକ ଉଠିଲା ବେଳକୁ ପିଚୁ ରାସ୍ତା ହୋଇ ସାରିଥିଲା। ଗାଁ ଲୋକ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। 

ଏହି କାମ ଗତ ଏପ୍ରିଲ୍ ମାସରେ ହିଁ ଶେଷ ହୋଇଥିଲା। ହେଲେ ଗତ ଦୁଇଦିନ ତଳେ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ‌ସେହି ବର୍ଷା ପାଣିରେ ରାସ୍ତାର ପିଚୁ ବିଭିନ୍ନ ସ୍ଥାନରେ ଧୋଇ ହୋଇ ଯାଇଥିଲା। କେବଳ ସେତିକି ନୁହେଁ, ଆବଶ୍ୟକ ସ୍ଥାନରେ କଲଭର୍ଟ ନିର୍ମାଣ ହେବା କଥା। କିନ୍ତୁ କଲଭର୍ଟ ନିର୍ମାଣ ନ ହେବାରୁ  ରାସ୍ତା ପାର୍ଶ୍ଵରେ ମାଟି ଭୁଷୁଡି ନଷ୍ଟ ହୋଇ ଥିବା ଗାଁର ମଙ୍ଗଳା ମାଳି, ସମାରୁ ମାଳି, ପରମ ମାଳି ମାଧବ ମାଳି, କେଶବ ମାଳି ପ୍ରମୁଖ ପ୍ରକାଶ କରିଛନ୍ତି। ରାସ୍ତା ନିର୍ମାଣ ପାଇଁ କେବେ ଆରମ୍ଭ ଓ କେବେ ଶେଷ ହେବ ତାହାର ସୂଚନା ଫଳକ ମଧ୍ୟ ନାହିଁ। ତେଣୁ ଏହି ରାସ୍ତାର ଉଛ ସ୍ତରୀୟ ତଦନ୍ତ କରି, ପୁନର୍ବାର ପିଚୁ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରାମ ଚନ୍ଦ୍ର ମୁର୍ମୁଙ୍କୁ ଯୋଗାଯୋଗ କରି ଥିଲୁ। ‌ତେବେ ରାସ୍ତା ର ସ୍ଥିତି ଅନୁଧ୍ୟାନ କରି, ଆବଶ୍ୟକ ସ୍ଥାନ ରେ କଲଭର୍ଟ ଓ ପିଚୁ ରାସ୍ତା ନିର୍ମାଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପଟେ ବର୍ଷା ପୂର୍ବରୁ ରାସ୍ତା କାମ ନ ହେଲେ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.