ପ୍ରମୂଖ ଖବର
  • କଟକ : କାଠଯୋଡ଼ିରେ ବୁଡ଼ି ଯାଇଥିବା ୨ ନାବାଳକ ଉଦ୍ଧାର,ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
  • ||
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ମଦୁଆ ଡ୍ରାଇଭର ଶୁଣିଲାନି, ନିଶା ଖାଇ ଶୋଇପଡ଼ିଲା; ଅଧା ରାସ୍ତାରୁ ଭଡ଼ା ଗାଡ଼ି କରି ହସ୍ପିଟାଲ ଗଲେ ଗର୍ଭବତୀ

Published By : Rasmita Pradhan | August 8, 2025 12:24 PM

ମୋହନା, ୦୮/୦୮ : ୧୦୮ ଆମ୍ବୁଲାନ୍ସରେ ମଦୁଆ ଡ୍ରାଇଭର୍। ଗର୍ଭବତୀଙ୍କୁ ନେଇ ଯାଉଥିବା ବେଳେ ଅଧା ରାସ୍ତାରେ ଗାଡି ରଖି ଶୋଇପଡ଼ିଲେ । ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ କାନିକିପଦର ଗାଁରେ ଏଭଳି ଘଟଣା ସାମ୍ନାକୁ ଅସିଛି । ମହିଳାଙ୍କ ପରିବାର ଉପାୟ ନପାଇ ଅନ୍ୟ ଏକ ଗାଡିରେ ଗର୍ଭବତୀଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନେଇଯାଇଥିଲେ । 

ସୂଚନାନୁଯାୟୀ, କାନିକିପଦର ଗାଁର ବିଜୟ ରଇତଙ୍କ ପତ୍ନୀ ନନ୍ଦିନୀ ରଇତଙ୍କ ଗର୍ଭଯନ୍ତ୍ରଣା ହେବାରୁ ଗୁରୁବାର ବିଳମ୍ବିତ ରାତିରେ ପରିବାର ଲୋକେ ତାଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଗର୍ଭରେ ଶିଶୁର ଅବସ୍ଥା ଭଲ ନଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ୧୦୮ ଆମ୍ବୁଲାନ୍ସରେ ବ୍ରହ୍ମପୁର ଯିବା ବେଳେ ଡ୍ରାଇଭର ଜଣଙ୍କ ଅତ୍ୟଧିକ ମଦ୍ୟପାନ ଯୋଗୁଁ ବେପରୁଆ ଗାଡ଼ି ଚାଳନା କରି ଅଧା ରାସ୍ତାରେ ଆମ୍ବୁଲାନ୍ସ ରଖି ଗାଡ଼ିରେ ଶୋଇ ପଡିଲେ। ଏପରିକି ପରିବାର ଲୋକେ ତାଙ୍କୁ ଉଠାଇବା ପରେ ମଧ୍ୟ ସେ ଉଠି ନଥିଲେ। ଫଳରେ ପରିବାର ଲୋକେ ବାଧ୍ୟ ହୋଇ ବିଳମ୍ୱିତ ରାତିରେ ଅନ୍ୟ ଏକ ଗାଡ଼ି ଭଡ଼ା କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଯାଇଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.