ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ପିଇବା ପାଣି ଉପରେ ସବୁଠୁ ଅଧିକ ଖର୍ଚ୍ଚ କରିଥାଏ ଏହି ଦେଶ, ଲିଟର ପ୍ରତି ଦାମ୍ ଜାଣିଲେ ହେବେ ଆଶ୍ଚର୍ଯ୍ୟ

Published By : Harapriya Biswal | March 11, 2025 6:09 PM

ନୂଆଦିଲ୍ଳୀ,୧୧।୩:  ଆମ ଦେଶରେ ପାଣିର ଦାମ୍‌ ଯଦିଓ ଶସ୍ତା ଓ ସହଜରେ ମିଳେ, କିନ୍ତୁ ଅନ୍ୟ ଦେଶରେ ଖୁବ୍ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। ପାଣି ପିଇବାର ସବୁଠାରୁ ଅଧିକ ଖର୍ଚ୍ଚ କରୁଥିବା ଦେଶ କିଏ, ତା ବିଷୟରେ ଆସନ୍ତୁ ଜାଣିବା। ଦୁନିଆର ସବୁଠାରୁ ମହଙ୍ଗା ପାଣି ସ୍ବିଜରଲାଣ୍ଡରେ ମିଳିଥାଏ। ଏଠାରେ ୩୩୦ ମିଲିଲିଟର ପାଣି ବୋତଲର ଦାମ୍ ୩୪୭ ଟଙ୍କା ୦୯ ପଇସା ରହିଛି। ଏହି ହିସାବରେ ଯଦି ଏକ ଲିଟର ପାଣି ମୂଲ୍ୟ ଦେଖାଯାଏ  ତେବେ ଏହା ୧୦୦୦ ଟଙ୍କାରୁ ଅଧିକ ରହିଥାଏ।

ଏହାପରେ ଦୁଇ ନମ୍ବରରେ ରହିଛି ଲକ୍ସମବର୍ଗ। ଏଠାରେ ୩୩୦ ମିଲି ଲିଟର ପାଣିର ବୋତଲ ମୂଲ୍ୟ ୨୫୪ ଟଙ୍କା ରହିଛି। ସେଭଳି ଡେନମାର୍କରେ ମଧ୍ୟ ଏତେ ପାଣି ୨୩୭ ଟଙ୍କା ୨୪ ପଇସା ରହିଛି। ଯଦି ଆପଣ ଜର୍ମାନୀ ଯିବେ ତେବେ ସେଠାରେ ୩୩୦ ଏମ୍‌ଏଲ ପାଣି ବୋତଲ ପାଇଁ ଆପଣଙ୍କୁ ୨୦୭ ଟଙ୍କା ୩୬ ପଇସା ଖର୍ଚ୍ଚ କରିବାକୁ ପଡିଥାଏ। ଅଷ୍ଟେ୍ରଲିଆରେ ଏହାର ଦାମ୍ ୨୦୫ ଟଙ୍କା ୮୦ ପଇସା ରହିଥାଏ।ନରଓ୍ବେରେ ଏକ ୩୩୦ ମିଲି ଲିଟର ପାଣି ବୋଲ୍‌ର ଦାମ୍ ୨୦୫ ଟଙ୍କା ୬୦ ପଇସା ରହିଛି। ସେଭଳି ବେଲଜିୟମ୍‌ରେ ସମାନ ପାଣିର ମୂଲ୍ୟ ୧୯୯ ଟଙ୍କା ୨୪ ପଇସା ରହିଛି। କୋଷ୍ଟା ରିକାରେ ଏକ ବୋତଲ ପାଣିର ଦାମ୍ ୧୭୫ ଟଙ୍କା ଓ ଅଷ୍ଟେ୍ରଲିଆରେ ୩୩୦ ମିଲି ଲିଟର ପାଣି ୧୭୫ ଟଙ୍କା ୫୫ ପଇସା ରହିଛି।

ସେଭଳି ଫିନଲାଣ୍ଡ ବିଷୟରେ ଯଦି କଥା ହେବା ତେବେ ଗୋଟେ ବୋତଲ ପାଣିର ମୂଲ୍ୟ ୧୩୭ ଟଙ୍କା। ସେଭଳି ଆଇଲାଣ୍ଡରେ ଗୋଟେ ବୋତଲ ପାଣିର ଦାମ୍ ୧୩୫ ଟଙ୍କା ରହିଛି। ପ୍ୟୁଟୋରିକୋରେ ୧.୫ ଲିଟର ପାଣି ୧୩୨ ଟଙ୍କାରେ ମିଳିଥାଏ। ସେଭଳି ଫ୍ରାନ୍ସରେ ମଧ୍ୟ ପାଣି ଶସ୍ତା ନୁହେଁ। ସେଠାରେ ୩୩୦ ମିଲି ଲିଟର ପାଣି ପାଇଁ ୧୬୨ ଟଙ୍କା ୦୧ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। ସବୁଠାରୁ ମହଙ୍ଗା ପାଣି ମିଳୁଥିବା ଦେଶ ସୁଚୀରେ ହଂକଂର ନାଁ ମଧ୍ୟ ରହିଛି। ଏପରିକି ବୋତଲ ପାଣି ୧୨୯ ଟଙ୍କାରେ ମିଳିଥାଏ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.