ପ୍ରମୂଖ ଖବର
  • ମିନାକ୍ଷୀ ବାହିନୀପତି ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଆଉ ଅସୁବିଧା ହେବନି…ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ଫଡ଼ନବିସ୍‌ଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା

Published By : Tapas Panda | December 5, 2024 11:16 PM

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡ଼ନବିସ୍‌ । ତୃତୀୟ ଥର ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପରେ ଫଡ଼ନାବିସ୍‌ଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ମହାୟୁତି ସରକାରର ପ୍ରଥମ କ୍ୟାବିନେଟ୍‌ ବୈଠକ ପରେ  ଫଡ଼ନବିସ୍‌ କହିଛନ୍ତି, ମହାରାଷ୍ଟ୍ରରେ ଆଉ ରାଜନୈତିକ ଅସ୍ଥିରତା ନାହିଁ । ଆଗାମୀ ୫ ବର୍ଷ ଲାଗି ରାଜ୍ୟକୁ  ମହାୟୁତି ଏକ ସ୍ଥିର ସରକାର ଦେବ ।  ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ଆମେ ବହୁ ପରିବର୍ତ୍ତନ ଦେଖିଛୁ । ଭବିଷ୍ୟତରେ ସେଭଳି କିଛି ପରିବର୍ତ୍ତନ ହେବ ନାହିଁ ବୋଲି ଫଡ଼ନବିସ୍‌ କହିଛନ୍ତି ।

 ୫୪ ବର୍ଷୀୟ ଫଡ଼ନାବିସ୍‌ ଦୁଇ ସପ୍ତାହର ରାଜନୈତିକ ହଟଚମଟ ପରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସିନ୍ଦେଙ୍କ ଶିବସେନାର ଅସନ୍ତୋଷ ଭିତରେ ସେ ଏହି ଶୀର୍ଷ ପଦର ଅଧିକାରୀ ହୋଇଛନ୍ତି । ଏକନାଥ ସିନ୍ଦେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ବୋଲି ଦାବି ହେଉଥିଲା । ହେଲେ ଶେଷରେ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବାକୁ ରାଜି ହେବା ସହ ଆଜି ଫଡ଼ନବିସ୍‌ଙ୍କ ସହ ଶପଥ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ପଦକୁ ନେଇ ବାଦ ବିବାଦ ହେବା ପରେ ଫଡ଼ନଭିସ୍‌ କହିଥିଲେ, ଏହି ପଦରେ ସେମିତି କିଛି ଅଲଗା ନାହିଁ । ଆମେ ୩ ଦଳର ନେତା ମିଶି ସରକାର ଚଳାଇବୁ । 

୨୦୧୪ରେ ମୁଁ ମୁଖ୍ୟମନ୍ତ୍ରୀ ଥିବା ବେଳେ ସିନ୍ଦେ ଆମ ସହ ଥିଲେ । ୨୦୧୯ରେ ୭୨ ଘଣ୍ଟା ପାଇଁ ଅଜିତ ପାଓ୍ବାର ଏବଂ ମୁଁ ଉପମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ହୋଇଥିଲୁ । ଏହା ପରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ମୁଁ ଏବଂ ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ହୋଇଥିଲୁ । ବର୍ତ୍ତମାନ ମୁଁ ମୁଖ୍ୟମନ୍ତ୍ରୀ ଏବଂ ସେମାନେ ଉପମୁଖ୍ୟମନ୍ତ୍ରୀ ବୋଲି ଫଡ଼ନବିସ୍‌ କହିଛନ୍ତି । ଆମର ଭୂମିକା ପରିବର୍ତ୍ତନ ହୋଇଛି କିନ୍ତୁ ଦିଗ ସମାନ ରହିଛି । ୩ ଜଣଙ୍କ ସଂପର୍କ ବିଷୟରେ କହିବା ବେଳେ ଆପଣ କୌଣସି ପ୍ରଭେଦ ଦେଖିପାରିବେ ନାହିଁ ବୋଲି ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ କହିଛନ୍ତି । 

 ଫଡ଼ନବିସ୍‌ ଆହୁରି କହିଛନ୍ତି, ‘ଏ ସରକାର ଦ୍ରୁତ ବେଗରେ ନିଷ୍ପତ୍ତି ନେଉଛି । ଶପଥ ଗ୍ରହଣ ସମୟରେ ମୁଁ କହିଛି ଯେଉଁଭଳି ମହାରାଷ୍ଟ୍ର ଗତି କରୁଛି ତାହା ବନ୍ଦ ହେବନାହିଁ । ଯାହା କିଛି ବି ନିଷ୍ପତ୍ତି ହେବ ତାହା ଭାବିଚିନ୍ତି ନିଆଯିବ ।’ ସୂଚନାଯୋଗ୍ୟ, ୨୦୨୩ରେ ଏକନାଥ ସିନ୍ଦେଙ୍କ ପାଇଁ ଶିବସେନା ଦୁଇ ଭାଗ ହୋଇଥିଲା । ସେ ଶିବସେନାରୁ ଅଲଗା ହୋଇ ବିଜେପି ସହ ହାତ ମିଳାଇଥିଲେ । ତାପରେ ଅଜିତ ପାଓ୍ବାର ତାଙ୍କ ଦାଦା  ଶରଦ ପାଓ୍ବାରଙ୍କ ଏନସିପିକୁ ଦୁଇ ଫାଳ କରି ସିନ୍ଦେଙ୍କ ଶିବେସେନା ଏବଂ ବିଜେପି ସରକାରରେ ସାମିଲ ହୋଇଥିଲେ । ସେତେବେଳେ ମହାରାଷ୍ଟ୍ର ରାଜନୀତିରେ ମହାନାଟକ ଦେଖିବାକୁ ମିଳିଥିଲା । ଗତ ଲୋକସଭା ନିର୍ବାଚନରେ ମହାୟୁତି ମେଣ୍ଟ ଭଲ ପ୍ରଦର୍ଶନ କରିପାରିନଥିଲା । କିନ୍ତୁ ବିଧାନସଭା ନିର୍ବାଚନରେ ମେଣ୍ଟକୁ ବଡ଼ ବିଜୟ ମିଳିଥିବା ବେଳେ ମହାରାଷ୍ଟ୍ରରେ ସରକାର ଗଢ଼ିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.