ଭୁବନେଶ୍ବର ୧୬/୦୫: ଆଜି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ଏକ ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା l ଆଜିର ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ଆଗାମୀ କାର୍ଯ୍ୟପନ୍ଥା ଉପରେ ଶ୍ରୀମତୀ ପରିଡ଼ା ଆଲୋଚନା କରିଥିଲେ l ଏହି ବୈଠକରେ ବିଭାଗୀୟ କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂ ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ l ଏହି ଅବସରରେ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ଓଟିଡିସିର କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବିଶଦ ବିବରଣୀ ପ୍ରଦାନ କରାଯାଇଥିଲା l ଏହା ପରେ ମନ୍ତ୍ରୀ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ବିକଶିତ ଓଡ଼ିଶାକୁ ନଜରରେ ରଖି କାର୍ଯ୍ୟ କରିବା ସହ ଓଡ଼ିଶା ପର୍ଯ୍ୟଟନକୁ ଶୀର୍ଷରେ ପହଞ୍ଚାଇବା ଲାଗି ଯେଉଁ ଧାରାରେ କାର୍ଯ୍ୟ ହେବା କଥା ତାହା କରିବାକୁ ପରାମର୍ଶ ଦେଇଥିଲେ l ସରକାର ସବୁଥି ପାଇଁ ପ୍ରତିଶୃତି ବଦ୍ଧ l ନୂଆ ସରକାରରେ ସବୁ କିଛି ନୂଆ ଶୈଳୀରେ ହେବ ଏବଂ ଶୀଘ୍ର ହେବ l କୌଣସି ପ୍ରକାର ସମସ୍ୟା ରହିବ ନାହିଁ ବୋଲି ଶ୍ରୀମତୀ ପରିଡ଼ା କହିଥିଲେ l ଗତ ଏପ୍ରିଲ ୪ ତାରିଖରେ ମଧ୍ୟ ଓଡ଼ିଶା ପର୍ଯ୍ୟଟନ ବିଭାଗ, ଇକୋ ରିଟ୍ରିଟ ସହ ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପ ଏବଂ ଓଟିଡିସିର ସମୀକ୍ଷା କରିଥିଲେ ଶ୍ରୀମତୀ ପରିଡ଼ା l

ପହଲଗାମ ଆତଙ୍କବାଦୀଙ୍କୁ ଧରାଇଦେଲେ ଶିବସେନା ଦେବ ୧୦ ଲ...