ପ୍ରମୂଖ ଖବର
  • ସମ୍ବଲପୁର : ଲୁହା ଖଣ୍ଡ ପଡି ବୁଢାରାଜା ୟୁପି ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଅକ୍ଟୋବର ୨ ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ, ୧୪୭ ନିର୍ବାଚନ ମଣ୍ଡଳୀରେ ହେବ ପଦଯାତ୍ରା
  • ||
  • ଇସ୍ତଫା ଦେଲେ କର୍ଣ୍ଣାଟକର ମନ୍ତ୍ରୀ କେ.ଏନ. ରାଜନ୍ନା
  • ||
  • ମୟୂରଭଞ୍ଜ : ବାଇକ୍‌ ଦୁର୍ଘଣାରେ ୨ମୃତ, ଦୁଇ ଗୁରୁତର
  • ||
  • ବରଗଡ଼: ଫୁଟବଲ୍‌ ପଡ଼ିଆରୁ ନାବାଳିକା ଜଳିଯିବା ଘଟଣା , ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ଚାଲିଗଲା ଜୀବନ
  • ||
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ଢାବା କର୍ମଚାରୀଙ୍କୁ ମାଡ ଘଟଣା: ଅଭିଯୁକ୍ତ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ

Published By : Suraj Kumar | August 9, 2025 10:22 PM

ମନମୁଣ୍ଡା, ୯।୮ : ମନମୁଣ୍ଡା ଥାନା ଖଲିଆପାଲି ( ପୂରୁମୁଣ୍ଡା ) ପଞ୍ଚାୟତ ଜାତୀୟ ରାଜପଥ  ଗୁଦୁଗୁଦା ଠାରେ ଥିବା କାଳିଆ ଢାବା କର୍ମଚାରୀଙ୍କୁ ପୁଲିସ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହାର  ପ୍ରତିବାଦରେ  ପୀଡ଼ିତମାନେ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।  ଏତଲା ଦେବାର  ଆଜକୁ ତିନି ଦିନ ହୋଇଯାଇଥିବାବେଳେ ତାହାର କପି ପୁଲିସ ଅଦ୍ୟାବଧି ଅଭିଯୋଗକାରୀଙ୍କୁ ପ୍ରଦାନ କରି ନାହିଁ।  ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହାରି ପ୍ରତିବାଦ ରେ ଅଭିଯୋଗକାରୀ ଓ ସମସ୍ତ ପୀଡ଼ିତମାନଙ୍କ ସମେତ ଢାବା ମାଲିକ ମନମୁଣ୍ଡା ସହରରେ ପୁଲିସ ବିରୁଦ୍ଧରେ ବିଭିନ୍ନ ନାରାବାଜି କରି ଶୋଭାଯାତ୍ରାରେ ଯାଇ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। 

ଅଭିଯୋଗ ଅନୁଯାୟୀ ଶଗଡ଼ା ଫାଣ୍ଡି  ପୋଲିସଙ୍କ ସହ ସାଦା ପୋଷାକଧାରୀ କେତେ ଜଣ ଗୁରୁବାର ରାତିରେ କାଳିଆ ଢାବା କବାଟକୁ ବାଡେଇଥିଲେ । ଖାଇବାକୁ ମାଗିଥିଲେ ।  ଢାବା ବନ୍ଦ ହେଲାଣି ଓ ଖାଦ୍ୟ ନାହିଁ ବୋଲି କର୍ମଚାରୀ ମାନେ କହିଥିଲେ। ସେତିକିରେ ଫାଣ୍ଡି ପୋଲିସ ଓ ତାଙ୍କ ସହ ଥିବା ଅନ୍ୟମାନେ ଢାବା କର୍ମଚାରୀଙ୍କୁ ମାଡ ମାରିଥିଲେ।

ଏପରିକି ଢାବାର ଡ୍ର ରୁ ୬୨୦୦ ଟଙ୍କା ନେଇ ପଳାଇଯାଇଥିଲେ ଏବଂ ଜଣେ ଢାବା କର୍ମଚାରୀ ଶକ୍ତି ବେହେରା କୁ ନେଇଯାଇଥିଲେ ଓ ପରବର୍ତ୍ତୀ ସମୟ ରେ ଛାଡି ଦେଇଥିଲେ। ପୁଲିସର ମାଡ ରେ ୮ଜଣ ଢାବା କର୍ମଚାରୀ ଆହତ ହୋଇଥିବା ଜାଣିବାକୁ ମିଳିଛି। ଢାବା ର କୌଣସି କର୍ମଚାରୀ ବିରୁଦ୍ଧରେ କିଛି ଅଭିଯୋଗ ନ ଥିବାବେଳେ ପୁଲିସର ଅମାନୁସିକ କାର୍ଯ୍ୟକଳାପ କୁ ସାଧାରଣ ରେ ନିନ୍ଦା କରାଯାଇଛି। , ପୀଡ଼ିତ କେଶନ ଭୋଇ ଏନେଇ ଥାନା ରେ ଏତଲା ଦେଇଥିଲେ ।  ତଥା କଥିତ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ନେଇ ସମସ୍ତ ପୀଡ଼ିତ ମାନେ ବୌଦ୍ଧ ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ମଧ୍ୟ ଅଭିଯୋଗ କରିବାକୁ ଯାଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.