ହରଭଙ୍ଗା ୦୮/୦୮: ହରଭଙ୍ଗା ଥାନା ଝାରଖମନ୍ ଛକ ନିକଟରେ ଦୁର୍ଘଟଣା। ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଓଲଟିଲା ଚାଉଳ ବୋଝେଇ ମିନି ଟ୍ରକ୍। ଘଟଣା ସ୍ଥଳରେ ସାଇକେଲ ଆରୋହୀ ମୃତ । ମୃତକ ଛତରଙ୍ଗ ଗ୍ରାମର ଭରତ ବାରିକ। ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର। ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛି ହରଭଙ୍ଗା ପୋଲିସ।
ସୂଚନା ଅନୁଯାଇ ଏକ ପିକଅପ ମୁଢି ଚାଉଳ ନେଇ କୁସଙ୍ଗ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ ଚାପା ଉତେଜନା ପ୍ରକାଶ ପାଇଥିଲା । କ୍ଷତି ପୂରଣ ବାବଦକୁ ରାସ୍ତା ଉପରେ ଶବ ରଖି ରାସ୍ତା ରୋକ କରିଥିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ହରଭଙ୍ଗା ପୋଲିସ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା ପରେ ରାସ୍ତା ରୋକ ହଟିଥିବା ଜଣାପଡିଛି l ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇବା ସହ ଘଟଣାର ତଦନ୍ତ ହରଭଙ୍ଗା ଆଇ ଆଇ ସି ନଳିନୀକାନ୍ତ ଦାସ କରୁଛନ୍ତି l