ବାଉଁଶୁଣୀ ୮/ ୮: ଶୁକ୍ରବାର ସନ୍ଧ୍ୟା ୯ ଘଣ୍ଟା ସମୟରେ ମନମୁଣ୍ଡା ଥାନା ଗୁଦୁଗୁଦା କାଳିଆ ହୋଟେଲ କର୍ମଚାରୀଙ୍କୁ ଜନୈକ ପୋଲିସ୍ ଅଧିକାରୀଙ୍କ ଦ୍ବାରା ମାଡ ମାରିବା ଓ ଟଙ୍କା ଲୁଟ୍ ଅଭିଯୋଗ କରି ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡିତ ହୋଟେଲ କର୍ମଚାରୀ l ଏସପିଙ୍କ ନିକଟରେ ହୋଟେଲ କର୍ମଚାରୀ କେଶବ ଭୋଇ କରିଥିବା ଅଭିଯୋଗ ଅନୁଯାୟୀ ଗୁରୁବାର ବିଳମ୍ବିତ ରାତି ୧.୩୦ ମିନିଟ ସମୟରେ ଦୁଇ ଜଣ ପୋଲିସ୍ କର୍ମଚାରୀଙ୍କ ସହ କିଛି ଅଜଣା ଲୋକ ଆସି ହୋଟେଲ କବାଟ ବାଡେଇ ଖାଇବାକୁ ମାଗିଥିଲେ l କର୍ମଚାରୀ ମାନେ ହୋଟେଲ ବନ୍ଦ ହୋଇ ସାରିଥିବା କହିବା ପରେ ତନ୍ମଧ୍ୟରୁ ଜଣେ ବ୍ୟକ୍ତି ନିଜକୁ ଚନ୍ଦନ ଜେନା ଓ ଶଗଡା ଥାନା ଅଧିକାରୀ ପରିଚୟ ଦେଇ ଧମକ ଚମକ ଦେଇ ହୋଟେଲ କର୍ମଚାରୀଙ୍କୁ ମାଡମାରି ଡ୍ରରେ ଥିବା ୬୨୦୦ ଟଙ୍କା ନେଇଯିବା ସହ ଜଣେ ହୋଟେଲ କର୍ମଚାରୀ ଶକ୍ତି ବେହେରାଙ୍କୁ ଉଠାଇ ନେଇ ଚାଲି ଯାଇଥିଲେ l ଏ ସମ୍ପର୍କରେ ଆଜି ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଥିବା ବେଳେ ଏସପିଙ୍କ ନିକଟରେ ଅଭିଯୋଗ ପାଇଁ ରାତିରେ ହୋଟେଲ କର୍ମଚାରୀ ବୌଦ୍ଧ ଆସିଥିଲେ l ଏସପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରଥିଲେ l