ହରଭଙ୍ଗା ,୧୦।୮. ହରଭଙ୍ଗା ପୁଲିସ ବଡଭୁରୁତା, ଭୁରୁତା,ପତକାବାଲି ଗାଁ ରେ ଚଢ଼ାଉ କରି ୪୦୦ଲିଟର ଦେଶୀ ମହୁଲ ପୋଚ ନଷ୍ଟ କରିଥିବା ସହ ମଦ ତିଆରିର ବିଭିନ୍ନ ସରଞ୍ଜାମ ଜବତ କରିଛି। ହରଭଙ୍ଗା ଥାନା ଅଧିକାରୀ ନଳିନୀ କାନ୍ତ ଦାଶ ଙ୍କ ତେତୃତ୍ୱ ଏକ ସ୍ୱତନ୍ତ୍ର ଟିମ ତଳଙ୍ଗା ପଂଚାୟତରେ ଅଚାନକ ଚଢ଼ାଉ କରିଥିଲେ l
ଏହି ଚଢ଼ାଉରେ ଥାନା ଅଧିକାରୀ ସମେତ ଏ ଏସ ଆଇ ଜିତେନ୍ଦ୍ର ମେହେର, ହାବିଲଦାର ସନ୍ତୋଷ କହଁର, କନେଷ୍ଟବଳ ନିରଞ୍ଜନ ପୁଷ୍ଟି ଓ ଆଇ ଆର ବି ଯବାନ ସାମିଲ ଥିଲେ l ଅନ୍ୟପଟେ ବ୍ଲକର ରାମ୍ଭିକଟା, ଚଣ୍ଡୀପୁର ଓ ନୂଆପଡା ଗ୍ରାମରେ ବୌଦ୍ଧ ପୋଲିସ ଓ ଅବକାରୀ ବିଭାଗ ଚଢ଼ାଉ ରେ ୬୦୦ଲିଟର ମହୁଲପୋଚ ନଷ୍ଟ କରିଥିବା ସୂଚନା ରହିଛି l