ହରଭଙ୍ଗା,୫/୮ : (ଚିତ୍ତ ରଞ୍ଜନ ସିଂ) ଚାଷୀଙ୍କ ଚାଷ କାର୍ଯ୍ୟ ରେ ଆସୁନି ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ l ମହାନଦୀରୁ ଉଠୁଛି ପାଣି ହେଲେ ଚାଷ ଜମିରେ ପାଣି ନ ମାଡି ପୁଣି ଫେରି ଯାଉଛି ନଦୀକୁ ।କୃଷି କ୍ଷେତ୍ରରେ ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ l
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଉପାନ୍ତ ଅଞ୍ଚଳ କୁସଙ୍ଗ ପଂଚାୟତ ତିରଡ଼ଠାରେ ୨୦୧୯/୨୦ମସିହାରେ ଚାଷ କାର୍ଯ୍ୟ ପାଇଁ ପାର୍ବତୀ ଗିରି ବୃହତ ଉଠାସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲା l ଅନ୍ୟପଟେ ସମାନ ସମୟରେ ବ୍ଲକର ରାମଗଡ଼ ଓ ସାମ୍ପୋଚଠାରେ ମଧ୍ୟ ଏଭଳି ପ୍ରକଳ୍ପ ପାଇଁ ଟଙ୍କା ମଞ୍ଜୁର ସହିତ, ଜଳସେଚନ କ୍ଷମତା ଆକଳନ, ମାପ ହୋଇଥିଲା। ପରର୍ବତ୍ତୀ ସମୟରେ କଣ୍ଟାମlଳ ବ୍ଲକକୁ ସ୍ଥାନାନ୍ତରିତ କରାଯାଇଥିଲା l ଏହାକୁ ନେଇ ଚାଷୀ ଆନ୍ଦୋଳନ, ଅଭିଯୋଗ ତୀବ୍ରତର ହୋଇଥିଲା l
ସେହି ସମାନ ପରିସ୍ଥିତି ଉପୁଜିଛି ତିରଡ଼ ପ୍ରକଳ୍ପରେ l ଉକ୍ତ ତିରଡ଼ ପ୍ରକଳ୍ପ ୧ମାର୍ଚ୍ଚ ୨୦୧୯ରେ ଆରମ୍ଭ ହୋଇ ୩୦ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ କାର୍ଯ୍ୟ ସୀମା ରହିଥିବାବେଳେ କୁସଙ୍ଗ ଓ ହରଭଙ୍ଗା ପଂଚାୟତର ୧୧ଟି ରାଜସ୍ବ ଗାଁରେ ୧୪୩୨.୯୫ହେକ୍ଟର ଚାଷ ଜମିକୁ ପାଣି ମାଡ଼ିବl, ମହାନଦୀ ତିରଡ଼ଠାରୁ ପାଣି ଉଠିବା ସହ ପ୍ରକଳ୍ପ ପାଇଁ ୪୬୮୬.୭୪ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା l ହାଇଦ୍ରାବାଦର ମେଗା ଇଞ୍ଜିନିୟରିଂ ଏଣ୍ଟର ପ୍ରାଇଜେସ ଲିମିଟେଡ଼ ନାମକ ବାହାର ରାଜ୍ୟର ଠିକା କମ୍ପାନୀ କାର୍ଯ୍ୟ ହାତକୁ ନେଇ ଏମ.ଏଲ. ପି. ଡ଼ି (ବି. ବି. ଏସ. ଆର ) ଇ. ପି. ସି – ୨୦୧୮/୨୦୧୯ରେ ଚୁକ୍ତି ନାମ କରାଯାଇଥିଲା l ପ୍ରକଳ୍ପ ଶେଷ ହେଲା, କୋଟି କୋଟି ଟଙ୍କା ବି ଖର୍ଚ୍ଚ ହେଲା, ମହା ନଦୀରୁ ପାଣି ବି ଉଠିଲା କିନ୍ତୁ ଚାଷ ଜମିରେ ପାଣି ନ ମାଡି ପୁଣି ମହାନଦୀକୁ ପାଣି ଫେରି ଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି l
ପଡିଆ ପଡିଛି ଉକ୍ତ ପ୍ରକଳ୍ପରୁ ପାଣି ମାଡିବାକୁ ଥିବା ସହ ସହ ହେକ୍ଟର ଚାଷ ଜମି l ବିଗତ ବର୍ଷ ଯେତେବେଳେ ଉକ୍ତ ପ୍ରକଳ୍ପରୁ ପାଣି ପରୀକ୍ଷାମୂଳକ ଭାବେ ଛଡାଗଲା ପାଣି ଗୁଡିକ ବିଲରେ ନ ମାଡ଼ି ନଦୀ ମୁଁହା ହେବାରୁ ଉକ୍ତ ଅଂଚଳର ଚାଷୀ ଅଭିଯୋଗ ଆଣିଥିଲେ l ଅଭିଯୋଗ ନେଇ ବୌଦ୍ଧ ବୃହତ ଉଠା ଜଳସେଚନ ବିଭାଗ ଓ ଠିକା ସଂସ୍ଥା ପହଂଚି ଚାଷୀଙ୍କୁ ଡାକି ବୈଠକ କରି ଯେମିତି ପାଣି ଆକଳନ କରାଯାଇଥିବା ୧୪୩୨.୯୫ହେକ୍ଟରରେ ପାଣି ମାଡ଼ିବ ପୁନଃ ପାଇପ ବିଛାଯିବ ଓ ସ୍ଵାକ୍ଷର କର କହି ସ୍ଵାକ୍ଷର ଆଣିବା ପରେ ନିଜ ସ୍ୱାର୍ଥକୁ ନେଇ ଫେରାର ମାରିଥିଲେ l ବର୍ତ୍ତମାନ ଚାଷୀ ବିଲରେ ପାଣି ଅଭାବରୁ ତଳି ଲଗାଇ ପାରିନି l ଉକ୍ତ ପ୍ରକଳ୍ପ ଉପରେ ବୌଦ୍ଧ ବିଧାୟକ, ସାଂସଦ ଓ ସ୍ୱତନ୍ତ୍ର ଭାବେ ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରି କିଭଳି ଚାଷୀ ପାଣି ପାଇପାରିବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ୧୧ଖଣ୍ଡ ରାଜସ୍ବ ମୋଜାର ଚାଷୀ ସମେତ ଚାଷୀ ଭରତ ପରିଡା, ଅନାଦି ବେହେରା, ବଳରାମ ଡ଼ାଳୁଆ, ଚିତ୍ତ ରଞ୍ଜନ ସିଂ,ଅନନ୍ତ ଦେହୁରୀ, ଦେବରାଜ ଦେହୁରୀ, ପବିତ୍ର ଦେହୁରୀ, ଦାମ ଡ଼ାଳୁଆ, ତନ୍ମୟ ବାନାର୍ଜୀ, ସଦା ବେହେରା, ମୁରଲୀ ଡ଼ାଳୁଆ, ସନ୍ତୋଷ ଡ଼ାଳୁଆ, ପ୍ରମୁଖ ଦାବି କରିଛନ୍ତି l