ପ୍ରମୂଖ ଖବର
  • ଭୁବନେଶ୍ଵର : ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ, ୱେବସାଇଟରୁ ମିଳିବ ଡିଜିଟାଲ ସାର୍ଟିଫିକେଟ
  • ||
  • ଭୁବନେଶ୍ଵର : ବାଚସ୍ପତି ପ୍ରାର୍ଥୀ ହେଲେ ସୁରମା ପାଢୀ, ଭରିଲେ ନାମାଙ୍କନ ପତ୍ର
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ, ବିବାଦ ଯୋଗୁଁ ଅଟକିଛି ନୀତିକାନ୍ତି
  • ||
  • ଭୁବନେଶ୍ଵର : ବୁଧବାର ରାଜ୍ୟରେ ଛେଚିବ ବର୍ଷା, ୨୦ ସୁଦ୍ଧା ଅଧା ଓଡ଼ିଶା ଛୁଇଁବ ମୌସୁମୀ
  • ||
  • ଡ୍ରେନ୍‌ରେ ପଡ଼ି ନାବାଳକଙ୍କ ମୃତ୍ୟୁ ଘଟଣା : ମୁକୁଳା ଡ୍ରେନ୍‌ର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ, ୭ ଦିନ ଭିତରେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||

ସରୁକୋଈ -ବିଲାବାଡ଼ି ରାସ୍ତାରେ ପୋଲ ନିର୍ମାଣ ଦାବୀ

ଫିରିଙ୍ଗିଆ,୧୫l୬: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଂଚାୟତର ସରୁକୋଈ ରୁ ବିଲାବାଡ଼ି ଗ୍ରାମକୁ ରାସ୍ତା ପାଇଁ ଗ୍ରାମର ଜନସାଧାରଣ ବାରମ୍ବାର ପ୍ରଶାସନକୁ ଦାବୀ କରି ଆସୁଥିଲେ । 

ଚଳିତ ବର୍ଷ ପ୍ରଶାସନ ଏମଜିଏନଆରଯିଏ ତରଫରୁ ଗୋଟେ ରାସ୍ତା ନିର୍ମାଣ କରାଯାଇଥିଲା । ରାସ୍ତାଟି ନିମ୍ନ ମାନର ହୋଇଥିବାରୁ ରାସ୍ତାଟି ସାମାନ୍ୟ ବର୍ଷାରେ ଧୋଇ ହୋଇଯାଇଛି ।ପୂର୍ବରୁ ରାସ୍ତାର ଅବସ୍ଥା ଯେମିତି ଥିଲା ବର୍ତ୍ତମାନ ମଧ୍ୟ ସେମିତି ହୋଇଯାଇଛି ।ଏକ ଗାତରେ ମାଟି ପାତି ତାକୁ ସମତୁଲ କରିଥିଲେ । ହେଲେ କାଳବୈଶାଖୀ ବର୍ଷାରେ ସବୁ ଧୋଇଯାଇ ବଡ଼ ଗାତରେ ପରିଣତ ହୋଇଛି । ଆଗକୁ ବର୍ଷାଦିନ ଥିବାରୁ ଗୁରୁତର ରୋଗୀ ଓ ଗର୍ଭବତୀ ମା ମାନଙ୍କୁ ମେଡିକାଲ ନେବା ଆଣିବାରେ ସମସ୍ୟା ଉପୁଜିବା ଆଶଙ୍କାରେ ଗ୍ରାମବାସୀଙ୍କ ମନରେ ଭାଳେଣି ପଡିଛି । 

ପ୍ରଶାସନ ଗ୍ରାମବାସୀଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଉକ୍ତ ରାସ୍ତାରେ ଏକ କଲଭର୍ଟ ତିଆରି କରିବା ସହିତ ରାସ୍ତାର ମରାମତି କରିଦେଲେ ଗ୍ରାମବାସୀ ଉପକୃତ ହେବେ ବୋଲି ଗ୍ରାମର ଭାଗ୍ୟବନ୍ତ ମଲ୍ଲିକ, ଜଳନ୍ଧର ମଲ୍ଲିକ, ଶ୍ରୀରାମ ମଲ୍ଲିକ, ଦେବାଶିଷ ମଲ୍ଲିକ, ସନୁ ମଲ୍ଲିକ, ଲଖ୍ମଣ ମଲ୍ଲିକ, ଅନୁପ ମଲ୍ଲିକ, ଜନକ କହଁର, ପ୍ରଦୀପ କହଁର ପ୍ରମୁଖ ଦାବୀ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.