ଫିରିଙ୍ଗିଆ, ୧୮।୬ ନିର୍ବାଚନ ପାଇଁ କିଛିଦିନ ର ନୀରବତା ପରେ ପୁଣି କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ପୋଲିସ ଆରମ୍ଭ କରିଛି ଅପରେସନ ନୀଳ ଜହର ଅଭିଯାନ I ଗୋଛାପଡା ପୋଲିସ ଗୋଟିଏ ଦିନରେ ଏକ ଅଟୋ ଓ ଏକ ବାଇକ ସହ ୧୦୪ କିଲୋ ଗଞ୍ଜେଇ କୁ ଜବତ କରିଛି। ଏହି ଘଟଣାରେ ଦୁଇଜଣଙ୍କୁ ପୋଲିସ ଗିରଫ କରିଛି।
ଗତକାଲି ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ଙ୍କ ନିର୍ଦେଶ କ୍ରମେ ଥାନା ରେ କାର୍ଯ୍ୟରତ ଏସଏଇ ସୃତି ସାମଲ ଙ୍କ ନେତୃତ୍ବରେ ପାଟ୍ରୋଲିଂ କରୁଥିବା ସମୟରେ ସଲାଗୁଡା ଛକ ନିକଟରୁ ଏକ ମୋଟର ସାଇକେଲରୁ ୨୪ କିଲୋ ଗଞ୍ଜେଇ ଜବତ କରିଥିଲେ। ସେହିପରି ଗୋଛାପଡା ଥାନା ସଲାଗୁଡା ପଞ୍ଚାୟତ କିଲୁପାଙ୍ଗା ଗାଁ ନିକଟ ମୁଖ୍ୟରାସ୍ତା ରୁ ଏକ ଓଟୋ ରୁ ୮୦ କିଲୋ ଗଞ୍ଜେଇ ଜବତ କରିବା ସହ ଏହି ଘଟଣାରେ ମଧ୍ୟ୍ୟ ଜଣେ ବ୍ୟକ୍ତି କୁ ପୋଲିସ ଗିରଫ କରିଛି I ତେବେ ଗିରଫ ଅଭିଯୁକ୍ତ ମାନଙ୍କ ମଦ୍ୟରୁ ଜଣେ ସଲା ଗୁଡା ଗାଁ ର ଅନିଲ ଦିଗାଲ ବୋଲି ଜଣାପଡିଥିବା ବେଳେ ଅଟୋରେ ଜବତ ହୋଇଥିବା ଗଞ୍ଜେଇ ମାମଲାରେ ଗିରଫ ହୋଇଥିବା ବ୍ୟକ୍ତି ଜଣକ ଗାଡିପଦର ଗାଁ ର ଡ୍ରାଞ୍ଜି ଦିଗାଲ । ଅନ୍ୟପଟେ ଏହି ଗଞ୍ଜେଇ ଜବତ ମାମଲାରେ ଗୋଛାପଡା ଥାନାରେ ଦୁଇଟି ମାମଲା ରୁଜୁ କରି ଜବତ ଗଞ୍ଜେଇ ସହ ଗିରଫ ଅଭିଯୁକ୍ତ ମାନଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ପ୍ରଭାତ କୁମାର ବେହେରା I