ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ, ବିବାଦ ଯୋଗୁଁ ଅଟକିଛି ନୀତିକାନ୍ତି

ପୁରୀ,୧୯/୬:ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ । ସେବାୟତଙ୍କ ଭିତରେ ବିବାଦ ପାଇଁ ବିଳମ୍ବରେ ଚାଲିଛି ନୀତି । ମଙ୍ଗଳବାର ଏକାଦଶୀରେ ମହାପ୍ରଭୁଙ୍କ ବିବାହ ନୀତି ହେବାକୁ ଥିବାବେଳେ ସେବାୟତଙ୍କ ମଧ୍ୟରେ ବିବାଦ ହୋଇଥିଲା । ଫଳରେ ୫ ଘଣ୍ଟା ବିଳମ୍ବ ହୋଇଥିଲା ଶ୍ରୀଜିଉଙ୍କ ନୀତିକାନ୍ତି ।  ନୀତି ବିଳମ୍ବ ଯୋଗୁଁ ମଙ୍ଗଳ ଆଳତି ମଧ୍ୟ ସମ୍ପନ୍ନ ହୋଇନି । ତେବେ ଶ୍ରୀଜିଉଙ୍କ ନୀତିରେ ବିଶୃଙ୍ଖଳା ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ଗତକାଲି ପବିତ୍ର ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା। ଏହି ବିବାହ ମହୋତ୍ସବ ନିମନ୍ତେ ମା’ ଲକ୍ଷ୍ମୀ ଠାକୁରାଣୀ ଦେବୀ ରୁକ୍ମିଣୀ ସାଜିଥାନ୍ତେ । ଶ୍ରୀମଦନମୋହନ ସାଜିଥାନ୍ତେ ଶ୍ରୀକୃଷ୍ଣ। ଏହି ଅବସରରେ ଠାକୁର-ଠାକୁରାଣୀଙ୍କ ଦେବ ବିବାହ ନୀତି ସମ୍ପନ୍ନ ହୋଇଥାନ୍ତା। ମାତ୍ର ସେବକଙ୍କ ମଧ୍ୟରେ ବିବାଦ ହେତୁ ଏହି ନୀତି ସମାପନରେ ବିଳମ୍ବ ହୋଇଛି। ଫଳରେ ଆଜି ଦ୍ୱାଦଶୀରେ ନୀତିକାନ୍ତିରେ ବିଳମ୍ବ ହେଉଛି।ବ୍ରାହ୍ମ ମୁହୂର୍ତ୍ତରେ ହେବାକୁ ଥିବା ମଙ୍ଗଳଆଳତି ନୀତି ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ମଧ୍ୟ ସମାପନ ହୋଇ ପାରିନି। ଫଳରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। 

ସେପଟେ ରଥଯାତ୍ରା ସଂପର୍କରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ପାଇଁ ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଏହି ସ୍ବତନ୍ତ୍ର ପରିଚାଳନା କମିଟି ବୈଠକରେ ୧୯୭୧ ମସିହାରେ କିଭଳି ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା ଏବଂ ଚଳିତବର୍ଷ କିଭଳି ନୀତି ସମ୍ପନ୍ନ ହେଲେ ରଥଯାତ୍ରା ଦିନ ରଥଟଣା ଯାଇପାରିବ, ସେହି ପ୍ରସଙ୍ଗରେ ଆଲୋଚନା ହେବ । ତେବେ ବୈଠକର ଏଜେଣ୍ଡାରେ ଶୃଙ୍ଖଳିତ ଦର୍ଶନ ଓ ଭକ୍ତଙ୍କର ଭିଡ଼ ନିୟନ୍ତ୍ରଣ ସଂପର୍କରେ ପ୍ରସଙ୍ଗ ନଥିବାରୁ, ଅସନ୍ତୋଷ ପ୍ରକାଶ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

ସେହିପରି ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଗୁଆଲୀ ଯାତ୍ରା ନୀତି ଅନୁଷ୍ଠିତ ହେବ । ଜ୍ୟେଷ୍ଠ ଶୁକ୍ଳପକ୍ଷ ଦ୍ବାଦଶୀ ତିଥିରେ ଚମ୍ପକ ଦ୍ବାଦଶୀ ନୀତି ପାଳନ ହେବ। ପରମ୍ପରା ଅନୁଯାୟୀ ରୁକ୍ମିଣୀ ବିବାହ ପର ଦିନ ସକାଳ ଧୂପ ଓ ଭୋଗମଣ୍ଡପ ନୀତି ସରିବା ପରେ ଭିତରେ ଆଲଟ ଲାଗି ହୋଇ ତିନି ବାଡ଼ରେ ମହାସ୍ନାନ ଓ ନୂଆ ଲୁଗା ଲାଗି କରାଯାଇଥାଏ। ଶ୍ରୀ ମଦନମୋହନ ଓ ଶ୍ରୀ ଦେବୀଙ୍କୁ ରତ୍ନସିଂହାସନକୁ ବିଜେ ପରେ ବନ୍ଦାପନା ହୁଏ। ପରେ ଶ୍ରୀମନ୍ଦିରରେ ଆଲଟ,ଚନ୍ଦନ ଲାଗି ନୀତି ଓ ବଡ଼ସିଂହାର ଭୋଗ ସରିଲେ ବର କନ୍ୟା ଦକ୍ଷିଣୀ ଘରୁ ସିଂହାସନ ବିଜେ କରିଥାନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.