ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା: ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସୁଛନ୍ତି ଚତୁର୍ଦ୍ଧାମୂରତି

ପୁରୀ,୨୨/୦୬: ଆଜି ପବିତ୍ର ସ୍ନାନଯାତ୍ର ଓ ହାତୀବେଶ। ଜଗତରନାଥ ଶ୍ରୀଜଗନ୍ନାଥଙ୍କ  ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିବେ । ଶ୍ରୀମନ୍ଦିର ପରିସର ସୁନା  କୂଅରୁ ୧୦୮ କଳସ ଜଳ ଅଣାଯାଇ  ଅଭିମନ୍ତ୍ରିତ ଓ ସୁବାସିତ କରାଯିବା  ପରେ ଏଥିରେ ମହାପ୍ରଭୁଙ୍କ ଦିବ୍ୟସ୍ନାନ କରାଯିବ । ପରେ ମହାପ୍ରଭୁଙ୍କ  ଦେବଦୁର୍ଲଭ ହାତୀବେଶ ଅନୁଷ୍ଠିତ  ହେବ । 

ଶନିବାର ଭୋର୍‌ ୫ଟାରୁ  ଶ୍ରୀଜିଉମାନଙ୍କ ପହଣ୍ଡି ଆରମ୍ଭ ହୋଇଛି।  ଧାଡି ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂରତି । ଦିନ ୧୨ଟା  ୨୦ରୁ ୧ଟା ୪୫ ଭିତରେ ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ଅନୁଷ୍ଠିତ ହେବ । ଦିନ  ୩ଟାରେ ଛେରା ପହଁରା, ୩ଟା   ୪୦ରେ ହାତୀବେଶ ଓ ସନ୍ଧ୍ୟା  ସାଢ଼େ ୭ଟାରୁ ରାତି ସାଢ଼େ ୧୦ଟା  ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ  ବ୍ୟବସ୍ଥା କରାଯିବାକୁ ନୀତି ନିର୍ଘଣ୍ଟ  କରାଯାଇଛି । ବାହୁଡ଼ା ପହଣ୍ଡି ରାତି  ସାଢ଼େ ୧୧ଟାରୁ କରାଯିବ । 

ସ୍ନାନଯାତ୍ରା ପାଇଁ ପୁଲିସ, ଅଗ୍ନିଶମ   ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ   କରାଯାଇଛି । ୬୮ ପ୍ଲାଟୁନ ପୁଲିସ  ଫୋର୍ସ ମୁତୟନ ହୋଇଛନ୍ତି । ଜିଲ୍ଲା  ପ୍ରଶାସନ ପକ୍ଷରୁ ପ୍ରାୟ ୨୬ ଜଣ  ମାଜିଷ୍ଟ୍ରେଟ ମୁତୟନ ହୋଇଛନ୍ତି । ମୁଖ୍ୟ  ଶାସନ ସଚିବ ପ୍ରଦୀପ ଜେନା ଉପସ୍ଥିତ  ରହି ଶାନ୍ତିଶୃଙ୍ଖଳାରେ ସ୍ନାନଯାତ୍ରା  ସମାପନ ନିମନ୍ତେ ଦୃଷ୍ଟି ଦେଉଛନ୍ତି ।  ଶ୍ରୀମନ୍ଦିର, ବଡ଼ଦାଣ୍ଡ, ଶ୍ରୀମନ୍ଦିର ସଂଲଗ୍ନ  ବିଭିନ୍ନ ସାହି, ସମୁଦ୍ରକୂଳ ରାସ୍ତା, ପୁରୀ ଭୁବନେଶ୍ୱର ରାଜପଥ, ତୀର୍ଥ ପୁଷ୍କରଣୀ  ପ୍ରଭୃତି ବିଭିନ୍ନ ସ୍ଥାନରେ ଯାତ୍ରୀ ସୁରକ୍ଷା  ଓ ଶୃଙ୍ଖଳା ରକ୍ଷା ନିମନ୍ତେ ପୁଲିସ ଓ ମାଜିଷ୍ଟ୍ରେଟ ମୁତୟନ ହୋଇଛନ୍ତି । ସେହିପରି ପ୍ରଚଣ୍ଡ  ଗୁଳୁଗୁଳିରୁ ଆଶ୍ୱସ୍ତି ଦେବା ନିମନ୍ତେ ତଥା ଶ୍ରଦ୍ଧାଳୁଙ୍କ ଉପରେ  ପାଣି ସିଞ୍ଚନ କରିବାକୁ ଅଗ୍ନିଶମ ଓ ୱାଟକୋ ପକ୍ଷରୁ ପଦକ୍ଷେପ  ନିଆଯାଇଛି । ଶ୍ରଦ୍ଧାଳୁମାନେ ବିଭିନ୍ନ ରାସ୍ତା ଦେଇ ଶ୍ରୀକ୍ଷେତ୍ରରେ  ପହଞ୍ଚିବା ପରେ ନିର୍ଦ୍ଧାରିତ ସ୍ଥାନରେ ଗାଡ଼ି ପାର୍କିଂ କରି  ବଡ଼ଦାଣ୍ଡରେ ପହଞ୍ଚିବେ । ପରେ ମାର୍କେଟ ଛକରୁ ବ୍ୟାରିକେଟ  ଯୋଗେ ଶ୍ରୀମନ୍ଦିର ସିଂହଦ୍ୱାର ହୋଇ ଶ୍ରୀମନ୍ଦିରରେ ପ୍ରବେଶ  କରି ଠାକୁରଙ୍କୁ ଦର୍ଶନ କରିବେ । ଠାକୁରଙ୍କ ପହଣ୍ଡି ପରେ  ଏହି ଦର୍ଶନ ବ୍ୟବସ୍ଥାର ସୁଯୋଗ ମିଳିବ । ନଚେତ୍‌ ଶ୍ରୀମନ୍ଦିର   ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡରେ ଠିଆ ହୋଇ ମଧ୍ୟ ସ୍ନାନ  ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ଦର୍ଶନ ଲାଭ କରିହେବ । ସ୍ନାନ  ଯାତ୍ରା ଦେଖିବାକୁ ବସ୍‌ ଓ ଟ୍ରେନ୍‌ରେ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ  ଆସିବେ । ତେଣୁ ଶନିବାର ବସ୍‌ ଓ ଟ୍ରେନ୍‌ରେ ଓଭରଲୋଡ଼ିଂ   ସ୍ଥିତି ଉପୁଜିବା ଆଶଙ୍କା ରହିଛି । ଏହାକୁ ନିୟନ୍ତ୍ରଣ କରିବାକୁ  ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ୩ଟି ସ୍କ୍ୱାଡ୍‌ ଗଠନ  ହୋଇଛି । ଏହି ସ୍କ୍ୱାଡ୍‌ ପୁରୀ-ଭୁବନେଶ୍ୱର, ପୁରୀ-କୋଣାର୍କ  ଓ ପୁରୀ-ବ୍ରହ୍ମଗିରି ରାଜପଥରେ ଓଭରଲୋଡ଼ିଂ ବ୍ୟବସ୍ଥାକୁ  ତଦାରଖ କରିବେ । ସେହିପରି ରେଲୱେ ବିଭାଗ ପକ୍ଷରୁ  ଓଭରଲୋଡ଼ିଂ ଉପରେ ନଜର ରଖିବାକୁ ଆର୍‌ପିଏଫ୍‌କୁ ଦାୟିତ୍ୱ  ଦିଆଯାଇଛି ।

WATCH LIVE : ସ୍ନାନ ପୁର୍ଣିମା ସିଧାପ୍ରସାରଣ ପୁରୀରୁ | ପ୍ରଥମ ଥର ପାଇଁ ପ୍ରମେୟ ଓଡ଼ିଆରେ | Prameya Odia

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.