ପ୍ରମୂଖ ଖବର
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

SBIର ୪୦୦ଦିନିଆ ଦମଦାର FD ସ୍କିମ୍‌ , ବଢିଆ ସୁଧ ହାର ! ଆଉ ଅଳ୍ପ ଦିନ ରହିଲା ସୁଯୋଗ

ନୂଆଦିଲ୍ଲୀ : ଯେକେହି ନିଜର ଆୟରୁ କିଛି ନା କିଛି ସେଭିଂ କରିଥାନ୍ତି ଏବଂ ଏହାକୁ ଏମିତି ସ୍ଥାନରେ ନିବେଶ କରିବାର ପ୍ଲାନ କରିଥାନ୍ତି , ଯେଉଁଠି ଅଧିକାଂଶ ରିଟର୍ଣ୍ଣ ସହ ହିଁ ଏହାର ଅର୍ଥ ସୁରକ୍ଷିତ ମଧ୍ୟ ରହିବ। ବିଶେଷକରି ସିନିୟର ସିଟିଜନ୍ସ ଏହା ଭାବି ଇନଭେଷ୍ଟମେଣ୍ଟ କରିଥାନ୍ତି ଏବଂ ଏହି ହିସାବରେ ନିବେଶ କରିବାକୁ ଫିକ୍ସଡ୍‌ ଡିପୋଜିଟ୍‌ ଅର୍ଥାତ୍‌ ଏଫଡି ଏକ ଖୁବ୍‌ ବିକଳ୍ପ ଭାବେ ଉଭା ହୋଇଛି। 

ଯେବେ ମହଙ୍ଗା ଶୀର୍ଷ ସ୍ତରରେ ପହଞ୍ଚିବା ଯୋଗୁଁ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ରେ ଲଗାତାର ବୃଦ୍ଧି କରି ଲୋକଙ୍କ ଉପରେ ବୋଝ ବଢାଇ ଥିଲା , ସେତେବେଳେ ଦେଶର ଅନେକ ବ୍ୟାଙ୍କ ନିଜର ଏଫଡି ଉପରେ ମିଳୁଥିବା ସୁଧ ଦର (ଏଫଡି ଇଣ୍ଟରେଷ୍ଟ ରେଟ୍)ରେ ବୃଦ୍ଧି କରି ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇଥିଲେ। ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆର ୪୦୦ ଦିନର ସ୍ୱତନ୍ତ୍ର ଏଫଡି ସ୍କିମ୍‌ ଏହି ମାମଲାରେ ବିଶେଷ ଲୋକପ୍ରିୟ ,ଯାହାର ନାମ ଅମୃତ କଳସ ସ୍କିମ୍‌ , ଏହାର ଶେଷ ତାରିଖ ଖୁବ୍ ନିକଟରେ।

ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏସବିଆଇର ଅମୃତ କଳସ ଏଫଡି ସ୍କିମ୍‌ ( Amrit Kalash FD Scheme ) ୪୦୦ ଦିନିଆ ଏକ ସ୍ୱତନ୍ତ୍ର ଏଫଡି ସ୍କିମ୍‌। ଯେଉଁଥିରେ ସାଧାରଣ ଗ୍ରାହକଙ୍କୁ ୭.୧୦ ପ୍ରତିଶତର ଜୋରଦାର ଇଣ୍ଟରେଷ୍ଟ ରେଟ୍ ଅଫର କରାଯାଏ । ସିନିୟର ସିଟିଜେନଙ୍କୁ ତ ଏଥିରେ ଆହୁରି ମଧ୍ୟ ଫାଇଦା ହୋଇଥାଏ , କାରଣ ତାଙ୍କ ପାଇଁ ସୁଧ ଦର ୦.୫୦ ପ୍ରତିଶତ ଅଧିକ ଅର୍ଥାତ୍‌ ୭.୬୦ ପ୍ରତିଶତ ସ୍ଥିର କରାଯାଇଛି। ଏସବିଆଇ ଦ୍ୱାରା ଏହି ସ୍କିମ୍‌ ଲଞ୍ଚ କରାଯିବା ପରେ ହିଁ ଲୋକପ୍ରିୟ ହୋଇ ପାରିଛି ଏବଂ ଲଗାତାର ଏଥିରେ ନିବେଶ କରୁଥିବା ଲୋକଙ୍କ ସଂଖ୍ୟା ବଢିଛି। 

୪୦୦ ଦିନିଆ ଏହି ଏଫଡି ସ୍କିମ୍‌ର ଲୋକପ୍ରିୟତାର ଅନ୍ଦାଜା ଏହି କଥାରେ ଲଗାଯାଇ ପାରେ , ବ୍ୟାଙ୍କକୁ ଏହାର ଡେଡ୍‌ଲାଇନ୍‌ ଅନେକ ଥର ଆଗକୁ ବଢାଇବାକୁ ପଡିଛି। 

ଉଲ୍ଲେଖନୀୟ ଯେ ଏହାକୁ ପ୍ରଥମ ଥର ଏସବିଆଇ ,୧୨ ଅପ୍ରେଲ, ୨୦୨୩ ରେ ଆଣି ଥିଲା ଏବଂ  ଏହାର ଡେଡ୍‌ଲାଇନ ୨୩ ଜୁନ, ୨୦୨୩ ସ୍ଥିର କରାଯାଇ ଥିଲା। ଏହା ପରେ ଏହାକୁ ବଢାଇ ୩୧ , ଡିସେମ୍ୱର ୨୦୨୩ କରି ଥିଲା ଏବଂ ପୁଣି ଏହାକୁ ୩୧ ମାର୍ଚ୍ଚ , ୨୦୨୪ ଯାଏ ବଢା ଗଲା। ଏହି ଡେଡଲାଇନ ଶେଷ ହେବା ପୂର୍ବରୁ ଏସବିଆଇ ଏହି ସ୍ପେଶାଲ ଏଫଡି ସ୍କିମ୍‌ର ଶେଷ ତାରିଖକୁ ବଢାଇ ୩୦ ସେପ୍ଟେମ୍ୱର,୨୦୨୪ କରିଥିଲା। ଅର୍ଥାତ୍‌ ଏବେ ଏହି ସ୍କିମ୍‌ର ଲାଭ ନେବା ପାଇଁ ପାଖାପାଖି ୨୨ ଦିନର ସମୟ ରହିଛି। 

ଯଦି ସାଧାରଣ ନିବେଶକ ଏହି ସ୍କିମ୍‌ ଅନୁସାରେ , ୧ ଲକ୍ଷ ଟଙ୍କାର ନିବେଶ କରନ୍ତି ତ ତାଙ୍କୁ ବାର୍ଷିକ ୭,୧୦୦ ଟଙ୍କାର ଆୟ ସୁଧ ଭାବେ ମିଳିବ। ବରିଷ୍ଠ ନାଗରିକଙ୍କ ସୁଧ ରୂପେ ବାର୍ଷିକ ୭,୬୦୦ଟଙ୍କା ମିଳିବ। ଏହି ସ୍କିମ୍‌ ୪୦୦ ଦିନରେ ମାଚ୍ୟୋର ହୋଇଯିବ। ଅର୍ଥାତ୍‌ ଆପଣଙ୍କୁ ଏହି ସ୍କିମ୍‌ ଅନୁସାରେ ,୪୦୦ଦିନ ପାଇଁ ନିବେଶ କରିବାକୁ ହେବ। ଅମୃତ କଳସ ସ୍ପେଶାଲ ଏଫଡିରେ ଦୁଇ କୋଟି ଟଙ୍କା ଯାଏ ନିବେଶ କରି ପାରିବେ। ଭାବି ନିଅନ୍ତୁ କେହି ନିବେଶକ ୧୦ ଲକ୍ଷ ଟଙ୍କାର ଇନଭେଷ୍ଟ କରୁଛନ୍ତି , ତ ବାର୍ଷିକ ତାଙ୍କର ସୁଧ ଉପରେ ୭୧,୦୦୦ଟଙ୍କାର ଆୟ ହେବ। ଅର୍ଥାତ୍‌ ପ୍ରତି ମାସରେ ୫,୯୧୬ଟଙ୍କାର ଆୟ ହେବ। ସିନିୟର ସିଟିଜେନଙ୍କୁ ଆହୁରି ମଧ୍ୟ ପ୍ରତି ମାସରେ ୬,୩୩୩ ଟଙ୍କା ମିଳିପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.