ପ୍ରମୂଖ ଖବର
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ମାଟିତଳୁ ମୃତଦେହ ଉଦ୍ଧାର ଘଟଣା, ୨ ଗିରଫ

ଉଦଳା,୨୩।୧୧   କପ୍ତିପଦା ଥାନା ସମିବୃକ୍ଷ ନିକଟରୁ ମାଟିରେ ପୋତା ଯାଇଥିବା ମୃତଦେହ କୁ ପୋଲିସ ବୁଧବାର  ଉଦ୍ଧାର କରିଥିଲା।  ମୃତକଙ୍କ ହାତରେ ଥିବା ଟାଟୁରୁ ମୃତକଙ୍କ ପରିଚୟ ମିଳିଥିଲା।  ମୃତକ ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ପଦ୍ମପୁର ଅଞ୍ଚଳର ଚିତ୍ତରଞ୍ଜନ ବେହେରା ବୋଲି ଜଣାପଡିଥିଲା।

ଗତ ରବିବାର ଚିତ୍ତରଞ୍ଜନ ନିଖୋଜ ହୋଇଥିବା ନେଇ ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ ହୋଇଥିଲା।  ବୁଧବାର ପରିବାର ଲୋକେ ମୃତଦେହ ଚିହ୍ନଟ କରିବା ପରେ ପୋଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା।ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ହୋଟେଲ ମାଲିକ ପ୍ରଫୁଲ୍ଲ ବେହେରା ଏବଂ କପ୍ତିପଦା ଥାନା ଜେଏସଜମୁଡିହା ଅଞ୍ଚଳର ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ସିସିଟିଭି ହାର୍ଡଡିସ୍କ, ତାର, ମାଉସ ଆଦିକୁ ଉଦଳା ବନ୍ଧରେ ପକାଇଦେଇଥିବା ବେଳେ ପୋଲିସ ଅଗ୍ନିଶମ ବିଭାଗ ସହାୟତାରେ ଗୋଟିଏ ମାଉସ, ତାର ଆଦି ବନ୍ଧରୁ ବାହାର କରିଛି। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ସମ୍ପୃକ୍ତ ରହିଥିବା ବେଳେ ପୋଲିସ ସେମାନଙ୍କୁ ଖୋଜୁଛି। ଏହା ସହିତ ମୃତକଙ୍କ ବେକକୁ ଏକ କଟୁରୀରେ ହାଣି ହତ୍ୟା କରାଯାଇଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ଉକ୍ତ କଟୁରୀ ଏବଂ କୋଦାଳକୁ ପୋଲିସ ଜବତ କରିବା ପାଇଁ ଚଢ଼ାଉ ଜାରି ରଖିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.