ପ୍ରମୂଖ ଖବର
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ନୃତ୍ୟ ଗୁରୁ ମାୟାଧର ଜେନାଙ୍କ ଆକସ୍ମିକ ମୃତ୍ୟୁ, ନାଚୁ ନାଚୁ ଚାଲିଗଲା ଜୀବନ

ଯାଜପୁର, ୨୬/୦୭ : ନାଚୁ ନାଚୁ ଚାଲିଗଲେ ନୃତ୍ୟ ଗୁରୁ। ଯାତ୍ରା ଯାଜ୍ଞସେନୀ ଅପେରାରେ କାର୍ଯ୍ୟରତ ନୃତ୍ୟ ଗୁରୁ ମାୟାଧର ଜେନାଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଯାଜପୁର ରୋଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ପାଣିକୋଇଲି ଥାନା ସଠିପୁର ଠାରେ ଥିବା ଅପେରା କ୍ୟାମ୍ପରେ ଘଟିଛି ଏଭଳି ଅଘଟଣ। 

ସୂଚନାଯୋଗ୍ୟ, ଶୁକ୍ରବାର ପୂର୍ବାହ୍ନ ସମୟରେ ଯାଜପୁର ସଠିପୁର ଠାରେ ଯାତ୍ରା ଯାଜ୍ଞସେନୀ ଅପେରା କ୍ୟାମ୍ପରେ ରିହର୍ସଲ ଚାଲିଥିଲା। ଏତିକି ବେଳେ ନୃତ୍ୟ ଗୁରୁ ମାୟାଧର ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ  ନିକଟସ୍ଥ ଯାଜପୁର ରୋଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ମାୟାଧରଙ୍କ ମୃତ୍ୟୁ ଖବର ପାଇ ଯାତ୍ରା କଳାକାରଙ୍କ ମଧ୍ୟରେ ଶୋକରେ ଛାୟା ଖେଳି ଯାଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.