ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ବିଏମ୍‌ସିର ବାତ୍ୟା ପ୍ରସ୍ତୁତି: ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ସ୍କୁଲ ଚିହ୍ନଟ

ଭୁବନେଶ୍ୱର,୨୧/୧୦: ସମ୍ଭାବ୍ୟ ବାତ୍ୟାକୁ  ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ  ପ୍ରସ୍ତୁତି ଆରମ୍ଭ ହୋଇଛି । ରବିବାର ଛୁଟିଦିନରେ ବିଏମ୍‌ସି ମୁଖ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ  ବସିଥିଲା । କମିଶନର ରାଜେଶ ପ୍ରଭାକର  ପାଟିଲଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ  ଜଳବନ୍ଦୀ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ  ଉପରେ ଫୋକସ କରାଯାଇଛି । ସବୁ ବିଭାଗୀୟ  ଅଧିକାରୀ ଏଥିପାଇଁ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ  ଦିଆଯାଇଛି ।  

ବାତ୍ୟା ମୁକାବିଲା କରିବାକୁ ବିଏମ୍‌ସି ପକ୍ଷରୁ  ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ ଖୋଲିଛି । ଯଦି କୌଣସି  ଲୋକେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେମାନେ  କଣ୍ଟ୍ରୋଲରୁମକୁ ଫୋନ୍‌ କରି ଜଣାଇବେ । ଏହି  କଣ୍ଟ୍ରୋ ରୁମରେ ୩ ସିପ୍ଟରେ ୧୦ ଜଣ ଲେଖାଁଏ  କର୍ମଚାରୀ ନିୟୋଜିତ ହେବେ। ନିଜେ କମିଶନର  ଏହାର ତଦାରଖ କରିବେ । ସେହିପରି ୱାକିଟକି  ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜରୁରୀକାଳୀନ ସେବା ଯୋଗାଇଦେବାକୁ ଜୋନ୍‌  ଏବଂ ମୁଖ୍ୟାଳୟରେ ଆବଶ୍ୟକୀୟ ଗାଡ଼ି ମହଜୁଦ  ରହିବ । ଉଦ୍ଧାର ପାଇଁ ଅଗ୍ନିଶମ ଏବଂ ଓଡ୍ରାଫ୍‌ ଟିମ ନିୟୋଜିତ ହେବ । ସେମାନଙ୍କୁ ପ୍ରସ୍ତୁତ ରହିବାକୁ  ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପରେ ରାସ୍ତାରୁ ଗଛ  ହଟାଇବାକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।  

ଜଳବନ୍ଦୀ ଏଡାଇବାକୁ ଫୋକସ କରାଯାଇଛି ।  ନିଜ ନିଜ ଅଞ୍ଚଳରେ ଡ୍ରେନେଜ ବିଭାଗର  ଅଧିକାରୀମାନେ ଉପସ୍ଥିତ ରହିବେ । ସମ୍ବେଦନଶୀଳ  ଜାଗାରେ ପମ୍ପସେଟ୍‌ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ  ଦିଆଯାଇଛି । ବିଏମ୍‌ସି ପକ୍ଷରୁ ରାଜୀବନଗର,  ହଂସପାଳ ହରିଦାସପୁର, ନହରକଣ୍ଟା ଅଞ୍ଚଳରେ  ପାଣି ଜମିବା ଆଶଙ୍କା କରାଯାଇଛି । ବିଦ୍ୟୁତ  ବିଭାଗକୁ ଆବଶ୍ୟକୀୟ ଡିଜି ମହଜୁଦ କରିବାକୁ  ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସବୁ ୟୁପିଏଚ୍‌ସି  ଏବଂ ବିଏମ୍‌ସି ହସ୍ପିଟାଲରେ ଜେନେରେଟର  ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।  

ବିଏମ୍‌ସି ଅଧିନରେ ଥିବା ସ୍କୁଲକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ । ଏନେଇ ବିଏମ୍‌ସି ପକ୍ଷରୁ ଆସନ୍ତାକାଲି ଏକ  ଟିମ୍‌ ସ୍କୁଲ ବୁଲି ଆଶ୍ରୟସ୍ଥଳୀ ଚିହ୍ନଟ କରିବେ । ସେହିପରି ପ୍ରଭାବିତହେବାକୁ ଥିବା ବସ୍ତି ବାସିନ୍ଦାଙ୍କୁ  ଆବଶ୍ୟକ ସ୍ଥଳେ ସ୍ଥାନାନ୍ତରଣ କରିବାକୁ ଯୋଜନା କରାଯାଇଛି । ସବୁ କର୍ପୋରେଟରମାନେ ଏନେଇ  ସହଯୋଗ କରିବାକୁ କୁହାଯାଇଛି । ସେହିପରି  ଔଷଧ, ଶୁଖିଲା ଖାଦ୍ୟ ଗଚ୍ଛିତ ରଖିବାକୁ ପରାମର୍ଶ  ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ବର୍ଷାର ପ୍ରକୋପ  ଅଧିକ ଥିବାରୁ ବିଏମ୍‌ସି ଅଞ୍ଚଳରେ ସଜାଗ  ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ରବିବାର ସବୁ  ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । 

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.