ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ମାଷ୍ଟରକ୍ୟାଣ୍ଟିନରେ ଲେଡି ଲୁଟେରାଙ୍କ ଆତଙ୍କ, ଯୁବକଙ୍କୁ ଡାକି ଲୁଟି ନେଲେ ୩ ହଜାର ଟଙ୍କା, ମୋବାଇଲ୍

ଭୁବନେଶ୍ୱର,୨୧/୧୦: ମାଷ୍ଟରକ୍ୟାଣ୍ଟିନ ଛକରେ ମାତିଛନ୍ତି  ଲେଡି ଲୁଟେରା । ସେକ୍ସ ଆଳରେ  ଯାତ୍ରୀଙ୍କୁ ଲୁଟ୍‌ପାଟ କରୁଛନ୍ତି । ରବିବାର ଭୋର ୩ଟାରେ ଜଣେ ଯୁବକଙ୍କୁ ସେକ୍ସ ଆଳରେ ଡ଼ାକି  ୩ ହଜାର ଟଙ୍କା ଓ ମୋବାଇଲ  ଲୁଟି ନେଇଥିବା ଜଣାପଡ଼ିଛି ।    

ମିଳିଥିବା ଅଭିଯୋଗ ଅନୁଯାୟୀ,  କୋଳଥିଆ ସତ୍ୟସାଇ ଏନ୍‌କ୍ଲେଭ୍‌  ଅଞ୍ଚଳର ଅମନ କୁମାର  ପାଲ୍‌ଟାସିଂହ ଆଜି ଭୋର  ୩ଟା ବେଳେ ଟ୍ରେନ୍‌ରୁ ଓହ୍ଲାଇ  ମାଷ୍ଟରକ୍ୟାଣ୍ଟିନ ଛକରେ ଅଟୋକୁ  ଅପେକ୍ଷା କରିଥିଲେ । ଏହି  ସମୟରେ କିଛି ଦୂରରୁ ୨ ଯୁବତୀ  ତାଙ୍କୁ ହାତଠାରି ଡ଼ାକିଥିଲେ । ଅମନ  ସେମାନଙ୍କ ନିକଟରେ ପହଞ୍ଚିବା  ପରେ ଜଣେ ଯୁବତୀ ତାଙ୍କ ୨  ହାତକୁ ଜୋର୍‌ରେ ଧରିପକାଇବା  ବେଳେ ଅନ୍ୟଜଣେ ତାଙ୍କ  ପକେଟରୁ ମନିପର୍ସ ଓ ମୋବାଇଲ  ଛଡ଼ାଇଥିଲା । ଅମନ ପ୍ରତିବାଦ  କରିବାରୁ ସେମାନେ ଅସଦାଚରଣର  ଭୟ ଦେଖାଇ ପୁଲିସରେ ଧରାଇ  ଦେବାକୁ ଧମକ ଦେଇଥିଲେ ।  ତେଣୁ ଅମନ ନିରୂପାୟ ହୋଇ  ଛିଡ଼ା ହୋଇଥିଲେ । ୨ ଯୁବତୀ  ଲୁଟ୍‌ପାଟ କରିବା ପରେ ସେଠାରୁ  ଦୌଡ଼ି ପଳାଇଥିଲେ । ମନିପର୍ସରେ  ୩ ହଜାର ଟଙ୍କା ଥିଲା । ତେବେ  ଲୋକଲଜ୍ଜା ଭୟରେ ଅମନ  ଏନେଇ ପୁଲିସରେ ଅଭିଯୋଗ  କରି ନଥିବା କହିଛନ୍ତି ।   

ସୂଚନା ଥାଉକି,  ମାଷ୍ଟରକ୍ୟାଣ୍ଟିନରେ ଲେଡି  ଲୁଟେରାମାନେ ସେକ୍ସ ଆଳରେ  ବାରମ୍ବାର ଲୁଟ୍‌ପାଟ କରୁଛନ୍ତି ।  କିଛିଦିନ ତଳେ ଖାରବେଳନଗର  ଥାନା ପୁଲିସ ୨ ଲେଡି ଲୁଟେରାଙ୍କୁ  ଗିରଫ କରି ଜେଲ୍‌ ପଠାଇଥିଲା ।  ତଥାପି ଲେଡି ଲୁଟେରାଙ୍କ  ଆତଙ୍କ ଜାରି ରହିଛି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.